ନୂତନ ଥାନା ଅଧିକାରୀ ଶ୍ରୀ ବୁଲୁ ମୁଣ୍ଡାଙ୍କୁ ଭେଟିଲେ ପ୍ରେସ କ୍ଲବ ମୁରିବାହାଲ ସଙ୍ଘ...

ନୂତନ ଥାନା ଅଧିକାରୀ ଶ୍ରୀ ବୁଲୁ ମୁଣ୍ଡାଙ୍କୁ ଭେଟିଲେ ପ୍ରେସ କ୍ଲବ ମୁରିବାହାଲ ସଙ୍ଘ...


ମୁରିବାହାଲ,୨୭/୦୧(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ରେ ନୂତନ ଥାନା ଅଧିକାରୀ ଭାବରେ ଶ୍ରୀ ବୁଲୁ ମୁଣ୍ଡା ଯୋଗଦାନ ଥିବା ବେଳେ ମଙ୍ଗଳବାର ମୁରିବାହାଲ ପ୍ରେସ କ୍ଲବ ତରଫରୁ ଏସ ଡ଼ି ପି ଓ ଲକ୍ଷ୍ମୀନାରାୟଣ ମାରାଣ୍ଡିଙ୍କ ଉପସ୍ଥିତିରେ ଶ୍ରୀ ବୁଲୁ ମୁଣ୍ଡା ଙ୍କୁ ଉପଢୋକନ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ପୁଙ୍ଖାନୁ ପୁଙ୍ଖ ଭାବରେ ମୁରିବାହାଲ ଥାନା ଅଞ୍ଚଳର ସମସ୍ତ ଅପରାଧିକ ତତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।

Ad..


ଶ୍ରୀ ମୁଣ୍ଡା ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ।ଅଞ୍ଚଳରେ ଅପରାଧ ରୋକିବା ଓ ତାଙ୍କ କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇବେ ବୋଲି  ପ୍ରକାଶ କରିଥିଲେ।

      Ad..


ମୁରିବାହାଲ ପ୍ରେସ କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ବଘାର,କାର୍ଯ୍ୟକାରି ସଭାପତି ମନୋଜ କର, ଉପ ସଭାପତି ରାଜୀବ ମହାନ୍ତି ସମ୍ପାଦକ ଅମରେଶ ମାଝୀ,କୋଷାଧକ୍ଷ ଲକ୍ଷ୍ମୀକାନ୍ତ ଧରୁଆ, ସଦସ୍ୟ ଶଙ୍କର ମାଝୀ...

Ad..


ତୁଳସୀରାମ ଭୋଇ, ଲବ ପଧାନ ପ୍ରମୁଖ ଶ୍ରୀ ମୁଣ୍ଡାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ରହିବ ବୋଲି ସଙ୍ଘର ସଭାପତି ପ୍ରଫୁଲ୍ଲ କୁମାର ବଘାର ପ୍ରତିଶ୍ରୁତି ଦେଇଥିଲେ।  



Edited by k.s thakur...

Post a Comment

Previous Post Next Post