ନାରୀ ଶକ୍ତି ଦିବସରେ ଆଦିବାସୀ ନାରୀ ମାନଙ୍କୁ ମନେ ପକାଇଲେ ବନବାସୀ କଲ୍ୟାଣ ଆଶ୍ରମ ର ବରଗଡ଼ ଜିଲ୍ଲା ସଂଗଠନ...
ପାଇକମାଲ,୨୭/୦୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ନାରୀ ଶକ୍ତି ଦିବସ ପାଳନ।ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପୁରେନା ଗାଁ ରେ ଅନୁଷ୍ଠିତ ହୋଇଥିବା ଏହି ନାରୀ ଶକ୍ତି ଦିବସ ପାଳନ ଅବସରରେ ବିଶିଷ୍ଟ ବରେଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ।
Ad..
ସର୍ବ ପ୍ରଥମେ ଭାରତମାତା ଙ୍କ ଫାଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ନାରୀ ଶକ୍ତି ଦିବସ ଉପରେ ଆଲୋଚନା କରା ଯାଇଥିଲା।ସମାଜରେ ନାରୀ ମାନଙ୍କ ବିଗତ ଇତିହାସ ଓ ବର୍ତ୍ତମାନ ଇତିହାସ ଉପରେ ବରେଣ୍ୟ ଅତିଥି ଆଲୋକପାତ କରିଥିଲେ।
Ad..
ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶା ବରଗଡ଼ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା ଓ ସମ୍ବାନୀତ ଭାବେ ଯୁବ ସରପଞ୍ଚ ଦିଲ୍ଲୀପ ବେହେରା...
Ad..
ମୁଖ୍ୟ ବକ୍ତା ଭାବେ ଓଡିଶା ମହିଳା ପ୍ରମୁଖ ମନୋରମା ମିଶ୍ର, ବରଗଡ ଜିଲ୍ଲା ମହିଳା ପ୍ରମୁକ ଅମ୍ବିକା ଭୋଇ ,ସମ୍ପାଦକ କରୁଣା କର ପଟେଲ, ସୁନ୍ଦର ଭୋଇ,ଦେବାର୍ଚନ ସାହୁ,ମମତା ବେହେରା,ପିଙ୍କି ସାହୁ, ହରିପ୍ରିୟା ପଟେଲ,କୋଶଲ୍ୟା ଧରୁଆ, ସାତମାତି ପୁଟା, ଲକ୍ଷ୍ମୀ ଭୋଇ ଆଦି ଯୋଗ ଦେଇଥିଲେ।
ବନବାସୀ କଲ୍ୟାଣ ଆଶ୍ରମର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ପୁଟା ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଶ୍ରମର ଜିଲ୍ଲା ସାଧାରଣ ସଂପାଦକ ସରୋଜ ସାମଲ ସଭା ସଞ୍ଚାଳନ କରିଥିଲେ।
ସଭାରେ ବନବାସୀ କଲ୍ୟାଣ ଆଶ୍ରମ ବିଶିଷ୍ଟ କର୍ମକର୍ତ୍ତା ଯୋଗଦେଇ ନାରୀ ଶକ୍ତି ଦିବସ ଉପରେ ମାର୍ଗଦର୍ଶନ କରିଥିଲେ।ମହିଳା ମାନଙ୍କ ଦ୍ଵାରା ଜନଜାତି ମାନଙ୍କ ଶୁଆ ଗୀତ ଓ ନାଚ ପରିବେଷଣ ହୋଇଥିଲା।ଶେଷରେ ଶାନ୍ତି ପଠା କାରି ସଭା ସାଙ୍ଗ କରା ଯାଇଥିଲା।
Edited by k.s thakur...
Tags:
banavasi Kalyan ashram
latest news
latest update
national Shakti divas
odisha daily current affairs
odisha news
paikamal




