ସେମଲା ସେବାଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...

ସେମଲା ସେବାଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୭/୦୧ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସେମଲା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Ad..


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭ୍ରମରବର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ବ୍ରଜଶ୍ୟାମ ଗୁରୁ ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ,ସଭାପତି ରଞ୍ଜନ ମାଝୀ, ବିମଳ କୁମାର ହାତୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

        Ad..


ଶିକ୍ଷକ ମାନସ ରଞ୍ଜନ ଜାଲ ସଭା ପରିଚାଳନା ଓ ରାଜୀବ ଲୋଚନ ଦାସ ପୁରସ୍କାର ବିତରଣ ସଭାକୁ ପରିଚାଳନା କରିଥିଲେ।ସର୍ବ ପ୍ରଥମେ ମା ସରସ୍ବତୀ ଓ ଠକର ବାପାଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରାଯାଇଥିଲା।ଶିଶୁର ପ୍ରଥମ ଗୁରୁ ହେଉଛନ୍ତି ମାଆ ତେଣୁ ତାଙ୍କର ଦାୟିତ୍ୱ ଗୁରୁତ୍ବପୂର୍ଣ୍ଣ ବୋଲି ଅତିଥି ମାନେ ବକ୍ତବ୍ୟରେ ଦର୍ଶାଇଥିଲେ।

Ad..



କ୍ରୀଡାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଶିକ୍ଷକ ମାନସ ରଞ୍ଜନ ଜାଲଙ୍କ ନିର୍ଦ୍ଦେଶନାରେ ସୁଳା ନେଉଳ ନାଟକ ଛାତ୍ରଛାତ୍ରୀ ମାନେ ମଞ୍ଚସ୍ଥ କରିଥିଲେ।ଛାତ୍ରଛାତ୍ରୀ ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।

ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଅନିତା ବାଗ,ମମତା ମହାକୁଡ,ମଞ୍ଚପତି ମେହେର,ସୁଶୀଳା ଧରୁଆ, ଭକ୍ତବନ୍ଧୁ ମେହେର ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା,ଅଭିଭାବକ ତଥା ଗ୍ରାମବାସୀ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post