ବ୍ଲକ ସ୍ତରୀୟ ୭୭’ତମ ସାଧାରଣତନ୍ତ୍ର ଦିବସ ପାଳିତ...

ବ୍ଲକ ସ୍ତରୀୟ ୭୭’ତମ ସାଧାରଣତନ୍ତ୍ର ଦିବସ ପାଳିତ...


ମୁରିବାହାଲ,୨୭/୦୧(ଶଙ୍କର ମାଝୀ ): ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ବ୍ଲକ ସ୍ତରୀୟ ୭୭’ତମ ସାଧାରଣତନ୍ତ୍ର ଦିବସ ସୋମବାର ପାଳିତ ହୋଇଯାଇଛି।

    Ad..


ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ବିଜେପି ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା...
Ad..

ବିଇଓ ଶାନ୍ତନୁକୁମାର ପଢିହାରୀ,ସିଡିପିଓ ପୂର୍ଣ୍ଣିମା ବୈଠରୁ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଥାନା ଆଇଆଇସି ବୁଲୁ ମୁଣ୍ଡା, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡ଼.ରମେଶ ଚନ୍ଦ୍ର ମହାନନ୍ଦ,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରୀବିକ୍ରମ ସାହୁ...

Ad..


ଜିପିଡିଓ ପ୍ରସନ୍ନ କୁମାର ନାଗ, ସଦର ସରପଞ୍ଚ ତଥା ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ, ବିଧାୟକ ପ୍ରତିନିଧି ଗଙ୍ଗା ହେର୍ଣ୍ଣା, ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ନାଗ, ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ କୁମାର ପୁଟେଲ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ପତ୍ରାପାଲି(କ) ସମିତି ସଭ୍ୟ ସନ୍ନ୍ୟାସୀ ପୁଟେଲ, ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । “ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସଭାପତି ଫାଲଗୁନୀ ହାତୀ,ବିକାଶ ମଞ୍ଚ ସଦସ୍ୟ ବ୍ରଜେଶ୍ୱର ସାହୁ,ଥବିର ସା, ହରିଦାସ ତାଣ୍ଡି,ଅଶୋକ ପଧାନ, ରବି ବାଗ, ଅନ୍ତ ମାଝୀ, ଶୁଶିଲ କାଣ୍ଡ ଓ ମାଷ୍ଟର ଭୂପେନ୍ ବର୍ତ୍ତମାନର ଅବକ୍ଷୟମୁଖି ସାମାଜିକ ଅବ୍ୟବସ୍ଥା ସମ୍ପର୍କିତ ନିଆରା ଢଙ୍ଗରେ ମେଢ଼ ପ୍ରଦର୍ଶିତ କରିଥିଲେ।”

“ପ୍ୟାରେଡର ବିଚାରକ ଥିବା ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ଅଗ୍ନିଶମ ବିଭାଗ ଓଆଇସି ଶ୍ରୀକାନ୍ତ ସେଠ, ଗୁଲମି ଫରେଷ୍ଟର ସତ୍ୟମ ମହାନ୍ତି ଓ ଯୁକ୍ତ ଦୁଇ କଲେଜ ପିଇଟି ରାଧେକୃଷ୍ଣ ବଘାର ଦ୍ଵାରା ୧ମ ଓଏଭି , ୨ୟ ପଞ୍ଚାୟତି ହାଇସ୍କୁଲ ଓ ୩ୟ ପିଏସ ଡିଗ୍ରୀ କଲେଜ କୁ ବେଷ୍ଟ ପ୍ୟାରେଡ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଗତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀ ରିତୁ ମାହାରଙ୍କୁ ହାଇସ୍କୁଲର ପୂର୍ବତନ ବିଜ୍ଞାନ ଶିକ୍ଷକ ସ୍ୱର୍ଗତ ବାଉରୀବନ୍ଧୁ ଶତପଥୀ ଟ୍ରଫି ତାଙ୍କ ଧର୍ମପତ୍ନୀ ଅଞ୍ଜଳି ଶତପଥୀ ପ୍ରଦାନ କରିଥିଲେ । ଗ୍ରୁପ୍ କ୍ୟାପଟେନ ତଥା ନୂଆଦିଲ୍ଲୀ ଜାତୀୟ ପ୍ୟାରେଡ ଅଂଶଗ୍ରହଣକାରୀ ଛାତ୍ର ପ୍ରୀତମ ବଘାରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା ।” ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

"ବିଏସଏସଓ ରିଙ୍କୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓଏଲ୍ଏମ ବିପିଏମ୍ ଡ.ଗୋପାଳକୃଷ୍ଣ ଦୀପ,କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଓ ପ୍ରେସ କ୍ଳବ୍ ସଭାପତି ପ୍ରଫୁଲ୍ଲ କୁମାର ବଘାର,ଡ଼ବ୍ଲୁଇଓ ଭୀମରାମ ମାଝୀ, ଜେଆରଏ ଝସକେତନ ତାଣ୍ଡି, ରାଜ ସିଂ ବାବୁ, ରୂପେଶ ଷାଣ୍ଡ, ସମାଜସେବୀ ଅଗସ୍ତି ବଘାର, ମକୁନ୍ଦ ବଗର୍ତ୍ତି...

ତରଣୀ ମେହେର, କେଦାର ବଡ଼ଜେନା,ରାଜୀବ ମହାନ୍ତି, ନବୀନ ତାଣ୍ଡି, ଗିରିଧାରୀ ସାହୁ, ପ୍ରେମା ତାଣ୍ଡି, ଅମରେଶ ମାଝୀ,ସରୋଜ ସାହୁଙ୍କ ସହ ବ୍ଲକର ସମସ୍ତ ଖେଳ ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପୋଲିସ, ଅଗ୍ନିଶମ, ସ୍ଵାସ୍ଥ୍ୟ ବିଭାଗ, ଜନମୁକ୍ତି ଅନୁଷ୍ଠାନ ଓ ଓଏଲଏମ କର୍ମଚାରୀ ସହଯୋଗ କରିଥିବାବେଳେ ଓଏଲଏମ ବିପିଏମ ଡ଼. ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।



Report : shankar majhi

Edited by k.s thakur...

Post a Comment

Previous Post Next Post