ପଖନମୁଣ୍ଡାରେ ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ପାଳିତ...

ପଖନମୁଣ୍ଡାରେ ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ପାଳିତ...


କଣ୍ଟାବାଞ୍ଜି,୧୯/୦୧ : ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ପାଳିତ ହୋଇଥିଲା।

        Ad..


ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ପ୍ରାର୍ଥନା ସଭାରେ ଶ୍ରୀ ଦାଶ ସମାଜସେବୀ ପାର୍ବତୀ ଗିରିଙ୍କ ଏକଶତ ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Ad..


ପାର୍ବତୀ ଗିରି କିଭଳି ଭାବରେ ବାର ବର୍ଷ ବୟସରୁ ଜଣେ ଦେଶପ୍ରେମୀ ଭାବରେ ନିଜକୁ ଗଢ଼ି ତୋଳି ନୃସିଂହ ନାଥ ଓ ବଲାଙ୍ଗୀର ପଥରଚେପା ଠାରେ ଅନାଥ ଆଶ୍ରମ ଖୋଲିଥିଲେ ତାରି ଉପରେ ବିଶଦ ଆଲୋଚନା କରିଥିଲେ। 

Ad..


ତାପରେ ଛାତ୍ରୀମାନେ ଖବରକାଗଜରେ ପାର୍ବତୀ ଗିରିଙ୍କ ଉପରେ ପ୍ରକାଶିତ ପ୍ରବନ୍ଧ ପାଠ କରିଥିଲେ।ଏହି ସଭାରେ ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ,ମନୋଜ ତାଣ୍ଡୀ, ଅଲେଖ ବନଗୋଲା, କମିଟି ସଭାପତି କୈବଲ୍ୟ ମାଝୀ, ଭବାନୀ ମାଝୀ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post