ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନହୁଣ୍ଡି ଖୋଲିଲା...
ରାୟଗଡ଼ା,୧୯/୦୧ : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ବ୍ୟବଧାନ ପରେ ଆଜି ଖୋଲା ଯାଇଛି।ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆର୍ ଆଇ, ମନ୍ଦିର ପରିଚାଳନା କମିଟି ତତ୍ବାବଧାନରେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ପର୍ଯାୟକ୍ରମେ ୯ଟି ଦାନ ହୁଣ୍ଡି ଆଜି ସକାଳ ୧୦ ଘଟିକା ସମୟରୁ ଖୋଲାଯାଇ ଗଣତି କରାଯାଉଛି।
Ad..
ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ସଙ୍ଗଠନର ପାଖାପାଖି ୨୫୦ ମହିଳା ଏବଂ ପୁରୁଷ ନିୟୋଜିତ ହୋଇଛନ୍ତି ।ଆଜି ସକାଳୁ କଡା ସୁରକ୍ଷା ମଧରେ ଗଣତି କାର୍ଯ୍ୟ ଜାରି ରହିଛି।
Ad..
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୭-୭-୨୫ରେ ୯ଟି ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ଟି ବିଦେଶୀ ମୁଦ୍ରା ମିଳିଥିଲା।
Ad..
ମନ୍ଦିର ପରିଚଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ଓ ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ଅଛନ୍ତି। ପର୍ଯ୍ୟାୟକ୍ରମେ ମାଙ୍କ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯିବ। ମାଙ୍କ ମନ୍ଦିରକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଅନ୍ୟାନ୍ୟ ରାଜ୍ୟରୁ ଭକ୍ତମାନେ ଆସି ଦାନ ହୁଣ୍ଡିରେ ଦାନ ଦିଅନ୍ତି।
Edited by k.s thakur...
Tags:
daan peti
latest news
latest update
maa majhi ghariaani
odisha daily current affairs
odisha news
Rayagada




