ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ପଦଯାତ୍ରା ଓ ବାଇକ ଶୋଭାଯାତ୍ରା ଆୟୋଜିତ...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ପଦଯାତ୍ରା ଓ ବାଇକ ଶୋଭାଯାତ୍ରା ଆୟୋଜିତ...


ଯୁଯୁମୁରା, ୧୭/୦୧(ବିଜୟ କୁମାର ସାହୁ): ତିନି ଦିନ ଧରି ପାଳିତ ହେଉଥିବା ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ଆଜି ପ୍ରଥମ ଦିନରେ ଯୁଯୁମୁରାରେ ଏକ ଉତ୍ସାହଜନକ ପଦଯାତ୍ରା ଓ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। 

Ad..


ବହ୍ନିକନ୍ୟା ପାର୍ବତୀ ଗିରି ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁଯୁମୁରା ସଦରସ୍ଥିତ ଗ୍ରାମୀଣ ଉଦ୍ୟାନ ପରିସରରୁ ଆରମ୍ଭ ହୋଇଥିଲା।ଏଠାରେ ଆୟୋଜିତ ସଭାରେ ଯୁଯୁମୁରା ବ୍ଲକ ଅଧ୍ୟକ୍ଷା ମମତା ନାଏକ, ବିଡିଓ ରାଜେଶ ଏକ୍କା, ଭାରପ୍ରାପ୍ତ ଥାନା ଅଧିକାରୀ ବିନୋଦିନୀ ନାଏକ, ବିଜେପି ନେତା ସୂର୍ଯ୍ୟକାନ୍ତ ପାଣିଗ୍ରାହୀ... 

Ad..


ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ବାସନ୍ତୀ ପ୍ରଧାନ, ସମିତି ସଭ୍ୟ ଜୟନ୍ତ ପ୍ରଧାନ, ସହିଦ ମଧୁ ଗଡତିଆ ସ୍ମୃତି କମିଟିର ସଭାପତି କିରଣ ପ୍ରଧାନ, ସମ୍ପାଦକ ରଜନୀକାନ୍ତ ପାଣିଗ୍ରାହୀ, ପ୍ରଶାନ୍ତ ସିଂ, ଅଶ୍ଵିନୀ କୁମୁରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଉଦ୍ୟାନ ପରିସରରେ ଥିବା ସହିଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। 

Ad..


ତାପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଏକ ପଦଯାତ୍ରା ବାହାରି ଯୁଯୁମୁରା ଗ୍ରାମ ପରିକ୍ରମା କରିଥିଲା। ଏଥିରେ ଯୁଯୁମୁରା ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯୁଯୁମୁରା ସରକାରୀ ଉଚ୍ଚ ବିଦ୍ୟାଳୟ, ଯୁଯୁମୁରା ବାଳିକା ଉଚ୍ଚ ବିଦ୍ୟାଳୟ, ମହୁଲପାଲି ଫୁଲଝରଣ ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟ, ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟ ଓ ମାତୃ ବିହାରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

ପରେ ଯୁଯୁମୁରାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଫୁଲଝରଣସ୍ଥିତ ଡା. ଆଇଜାକ ସାନ୍ତ୍ରା ବାଳ ନିକେତନରେ ପହଞ୍ଚିଥିଲା। ସେଠାରେ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା ।  

ଏହି କାର୍ଯ୍ୟକ୍ରମରେ କମିଟିର  ଉପସଭାପତି ସୁରେଶ୍ୱର ପ୍ରଧାନ, ସମ୍ପାଦକ କୁଳଧର ପ୍ରଧାନ, ସହସମ୍ପାଦକ ଅରୁଣ ଦେହୁରୀ ଓ ଆଦିତ୍ୟ ରହନା, କୋଷାଧ୍ୟକ୍ଷ ସୁଶୀଳ ବେହେରା, ସଂଯୋଜକ ପ୍ରଫୁଲ୍ଲ ପଣ୍ଡାଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post