ବରଗଡ଼ ଧନୁଯାତ୍ରା ବିକାଶର ଏକ ମାଧ୍ୟମ ; ବିଧାୟକ- ଅଶ୍ୱିନୀ ଷଡ଼ଙ୍ଗୀ...
(ବରିଷ୍ଠ ନାଗରିକ ସେବା ସମ୍ମାନ 2025 ସମାରୋହ)
ବରଗଡ଼,୧୭/୦୧(ବିଜୟ କୁମାର ସାହୁ): ଆଜି ଶନିବାର ଦିନ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ବରିଷ୍ଠ ନାଗରିକ ସେବା ସମ୍ମାନ ୨୦୨୫ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି।
Ad..
ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଧନୁଯାତ୍ରା କୁ ବରଗଡ଼ ର ଏକ ବିକାଶ ର ଯାତ୍ରା ବୋଲି ଅଭିହିତ କରିବା ସହିତ ବରଗଡ଼ ଜିଲ୍ଲାର ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୁର୍ତ୍ତି ଗୋଟିଏ ସ୍ଥାନରେ ରଖି aପୂଜ୍ୟପୂଜାରେ ସମସ୍ତଙ୍କୁ ଏକାସାଙ୍ଗରେ ପୂଜା କରିପାରିବା ବୋଲି ପ୍ରକାଶ କରିଥିଲେ।
Ad..
ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଯୋଗଦେଇ ଧନୁଯାତ୍ରା ବରଗଡ଼ ର ଅସ୍ମିତାର ପରିଚୟ, ଆଗାମୀ ଦିନରେ ଆହୁରି ଆକର୍ଷଣୀୟ କରାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା ବରିଷ୍ଠ ନାଗରିକ ମାନେ ସାଇବର ଠକେଇ ର ଶିକାର ହେଉଥିବା ଏବଂ ଏଥିପାଇଁ ସତର୍କ ରହିବାକୁ ଅନୁରୋଧ କରିଥିଲେ ଏହା ସହିତ ସାଇବର ଠକେଇ ର ଶିକାର ବ୍ୟକ୍ତି ସାଙ୍ଗେ ସାଙ୍ଗେ ୧୯୩୦ ଟୋଲ ଫ୍ରି ନମ୍ବର ରେ ଜଣାଇବାକୁ ପରାମର୍ଶ ଦେଇଥିଲେ ।
Ad..
ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା କମିଟିର ସଂପାଦକ ଶ୍ରୀ ସୁରେଶ୍ଵର ଶତପଥୀ ବିଶେଷ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ପ୍ରଥମ ପ୍ରଶାସନିକ ସଭାପତି ହୋଇଥିଲେ ବୋଲି ପ୍ରକାଶ କରିବା ସହ ଏହି ସମର୍ଦ୍ଧନା ଆପଣମାନଙ୍କର ଶ୍ରେୟ ତେଣୁ ଆଗାମୀ ଦିନରେ ଧନୁଯାତ୍ରା କୁ ଆହୁରି ଆକର୍ଷଣୀୟ କରିବାକୁ ବରିଷ୍ଠ ଳଙ୍କ ସହଯୋଗ ର ଆବଶ୍ୟକ ତା ଅଛି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀ କେଦାର ମିଶ୍ର,ଓ ସଂପାଦକ ଶ୍ରୀ ଗୋବିନ୍ଦ ଦାଶ ମଞ୍ଚାସିନ ରହି ନିନ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ତଥା ଧନୁ ଯାତ୍ରା କମିଟି ର ସମ୍ପାଦକ ଙ୍କୁ ବରିଷ୍ଠ ନାଗରିକ ସେବା ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇ ପୁଷ୍ପଗୁଚ୍ଛ, ଉପଢୌକନ ତଥା ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।
ସଂଗଠନ ସଂପାଦକ ଶ୍ରୀ ଯୋଗେଶ ଦାଶ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସର୍ବଶ୍ରୀ ଗୌନ୍ତିଆ କୁମାର ସାହୁ, ଅମୂଲ୍ୟ ପତି, ପ୍ରମୋଦ ଝାଙ୍କର, ଗୌର କିଶୋର କର, ମୋତିଲାଲ ଅଗ୍ରୱାଲ, ବଳରାମ ମହାପାତ୍ର,ସୁଶୀଲ ମହାପାତ୍ର,ନିର୍ମଳ କିଶୋର କର, ବିମଳ ମିଶ୍ର, ସର୍ଦାର ପ୍ରିତମ ସିଂ, କେଦାର ଚରଣ ଦାଶ, ସତ୍ୟ ନାରାୟଣ ପଣ୍ଡା,ଅଚ୍ୟୁତାନନ୍ଦ ବାରିକ, ଅଶୋକ ପଶାୟତ...
ସାଧୂ ଚରଣ ଦାଶ, ବାସୁଦେବ ପ୍ରଧାନ, ପ୍ରଦୀପ ସାହୁ,ପ୍ରଶନ୍ନ ପ୍ରଧାନ,ବାଳ ମୁକୁନ୍ଦ ଦାଶ,ବିନୋଦ ପଣ୍ଡା, ମନୋରଞ୍ଜନ ପୂଜାରୀ, ଶଙ୍କର ପଟ୍ଟନାୟକ,ଲୋକନାଥ ଆଚାର୍ଯ୍ୟ,ଦେବୀ ପ୍ରସାଦ ପଟ୍ଟନାୟକ, ଶ୍ରୀମୁଖ ପ୍ରଧାନ,କାହ୍ନୁ ଚରଣ ପୃଷ୍ଟି, କୃଷ୍ଣ ପଟ୍ଟନାୟକ,ସ୍ବାଧୀନ ମହାରଣାଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ସଦସ୍ୟ ସଦସ୍ୟା ଯୋଗଦେଇ ସହଯୋଗ କରିଥିଲେ।ଶେଷରେ ଶ୍ରୀ ଗୌନ୍ତିଆ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




