ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ହେଲେ ଗିରିଧାରୀ ସାହୁ...

ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ହେଲେ ଗିରିଧାରୀ ସାହୁ...


ମୁରିବାହାଲ,୧୭/୦୧(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ଶ୍ରଯୁକ୍ତ ଅନିଲ ମେହେରଙ୍କ ଅନୁମୋଦନ କ୍ରମେ  ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ସହିତ ବ୍ଳକ ଓ ମୁନସିପାଲିଟିର ସଭାପତି ମାନଙ୍କ ନାମ ଶୁକ୍ରବାର ଘୋଷଣା ହୋଇଛି।

Ad..


ମୁରିବାହାଲ ବ୍ଲକ କଂଗ୍ରେସର ନୂତନ ସଭାପତି ଭାବେ ଶ୍ରୀଯୁକ୍ତ ଗିରିଧାରୀ ସାହୁ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।

       Ad..


ବ୍ଳକ କଂଗ୍ରେସ ସଭାପତି ଭଳି ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଥିବାରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅନିଲ ମେହେର,ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ତଥା ବ୍ଲକର ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Ad..


ଶ୍ରୀ ସାହୁ ପୂର୍ବରୁ ୨୭ନଂ ଜୋନ ସାଧାରଣ ସମ୍ପାଦକ ଓ ବ୍ଲକ କିଷାନ ସେଲ୍ ସଭାପତି ଭଲି ଦାୟିତ୍ବ ନିର୍ବାହ କରିଛନ୍ତି।ମୁରିବାହାଲ ବ୍ଲକର ବରିଷ୍ଠ କଂଗ୍ରେସ ନେତା ବିଭିଷଣ ମହାନନ୍ଦ ଓ ଯଦୁପତି ଅଗସ୍ତିଙ୍କୁ ଡିସିସି କମିଟିର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।



Report : shankar majhi

Edited by k.s thakur...

Post a Comment

Previous Post Next Post