ମୁରିବାହାଲ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ଉଦଯାପିତ...

ମୁରିବାହାଲ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ଉଦଯାପିତ...


ମୁରିବାହାଲ,୧୭/୦୧(ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମ ପାହାଡ ଉପରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବ୍ଲକସ୍ତରୀୟ ତୃତୀୟ ବର୍ଷ ମକର ମେଳା ମହୋତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି।

      Ad..


ନାମଯଜ୍ଞରେ କର୍ତ୍ତା ରୂପେ ଆୟୋଜକ କମିଟି ସଭାପତି ନିତ୍ୟାନନ୍ଦ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୁଚିତା ମହାକୁର,ପୂଜକ ରୂପେ ଦାଶରଥି ଷଡ଼ଙ୍ଗୀ, ଜପକ ଦୁର୍ଯୋଧନ ପାଣିଗ୍ରାହୀ, ଷଢ଼ବୈଷ୍ଣବ ରୂପେ  ବ୍ରଜମୋହନ ମହାକୁର, ଦେବେନ୍ଦ୍ର ପଧାନ,ନଟବର ମେର୍ଲି, ରାଏଧର ଶିକା, ଉଦ୍ରାଧର ମହାକୁର, ଯେହେରୁ ମହାକୁର,ବସନ୍ତ ପଧାନ,ପ୍ରସନ୍ନ କର୍ମୀ ଓ ଲଳିତ ସାହୁ ସପତ୍ନିକ ଦାୟିତ୍ଵ ନିର୍ବାହ କରୁଥିଲେ।

Ad..


ହଳଦୀ ସରପଞ୍ଚ ସୌମିନା ସେଠ ଅତିଥି ରୂପେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଯମୁନାର ଉଭୟ ଦଳ,ପାତଳପଡ଼ା,ପୁଡ଼ିସରା,ଡଙ୍ଗରପଡ଼ା, କର୍ଲାପିଟା,ଜାମକି,ପଟାମରା,ଘଣ୍ଟବାହାଲି,ହଳଦୀ,ସେମେଲପାଲି, ଇଚ୍ଛାପଡ଼ା ଓ ନାରେନ ଦଳ ନାମ ପରିବେଷଣ କରିଥିଲେ।
Ad..



ମହୋତ୍ସବକୁ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ପୁର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ,ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ବିଡ଼ିଓ ବାସନ୍ତୀ ସେଠୀ,ତହସିଲଦାର ଜଗଦୀଶ କର୍ତ୍ତାମୀ,ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ,ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା,ପୁର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ...

ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା,ନାରୀନେତ୍ରୀ ନିରୁପମା ମାଝୀ,ସମିତି ସଭ୍ୟ ଟୁନାମଣି ମହାନନ୍ଦ,ଚକ୍ରଧର ହେର୍ଣ୍ଣା,ବୁଦ୍ଧଦେବ ମହାକୁରଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ଓ ବ୍ଲକ ବିକାଶ ମଞ୍ଚ କର୍ମକର୍ତ୍ତା ଯୋଗଦେଇଥିଲେ।

ମହୋତ୍ସବ ଅନୁଷ୍ଠିତ ହେଉଥିବା ଯମୁନା ପାହାଡକୁ ଇକୋ ଟୁରିଜିମରେ ସାମିଲ ସହ ରାସ୍ତା,ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ସମ୍ପୁର୍ଣ୍ଣ ପାରିପାର୍ଶ୍ୱିକ ଉନ୍ନୟନ କରାଯିବ ବୋଲି ବିଧାୟକଙ୍କ ସହ ଅନ୍ୟ ଅତିଥିମାନେ ନିଶ୍ଚିତ ପ୍ରତିଶ୍ରୁତି ଦେଇଥିଲେ।

ଆୟୋଜକ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ଡ ପୁର୍ଣ୍ଣାନନ୍ଦ କମ୍ପ, କରୁଣାକର କୁମୁରା,ରମେଶ ଭୋଇ,ସଂକିର୍ତ୍ତନ୍ୟ ଶିକା, ,ଗାନ୍ଧିଲାଲ ମହାକୁର, ଦୁର୍ଗାନନ୍ଦ ମହାକୁର,ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା,ସୁଶିଲ ମେର୍ଲି ,ହୃଦାନନ୍ଦ କର୍ଣ୍ଣ, ମଳିଆ ପଧାନ, ଦିଲ୍ଲୀପ କର୍ଣ୍ଣ, କନ୍ଦର୍ପ ଶିକା, ଲକ୍ଷ୍ମୀଧର କର୍ମୀ, ପରମାନନ୍ଦ ଶିକା,ବୈଷ୍ଣବ ଯାନି,ବିଷ୍ଣୁପ୍ରସାଦ ସିଂ ଭୋଇ...

ଯୁଧିଷ୍ଠିର ପଧାନ,ମଧୂସୁଦନ କର୍ମୀ, ଆନନ୍ଦ ମାଝୀ, କ୍ଷୀରଧର କର୍ମୀ,ଲୋକନାଥ ଜାନୀ, ଜୟଦେବ ମାଝୀ, ଶଙ୍କର୍ଷଣ କର୍ମୀ,ସଚ୍ଚିଦାନନ୍ଦ ମହାକୁର, ନାଭ ମହାକୁର, ଡଗର ମହାକୁର, ସୁଶାନ୍ତ ପଧାନ, ବ୍ୟାସଦେବ ପଧାନ, ହରେକୃଷ୍ଣ ସାହୁ,ପ୍ରଦୀପ ମହାକୁର,ଭବନାନନ୍ଦ ମହାକୁର, କନକ ସାହୁ...

ବନମାଳୀ ମେର୍ଲିଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ,ବାରପାଲି ହଳଦୀ ତଥା ମୁରିବାହାଲ ବ୍ଲକ ଅଞ୍ଚଳର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ମହୋତ୍ସବ ଦେଖିବା ପାଇଁ ପାହାଡ ଉପରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା।



Report : shankar majhi 

Edited by k.s thakur...

Post a Comment

Previous Post Next Post