ଚତୁର୍ଥ ଅଭିଭାବକ ଶିକ୍ଷକ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ...

ଚତୁର୍ଥ ଅଭିଭାବକ ଶିକ୍ଷକ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ...


କଣ୍ଟାବାଞ୍ଜି,୧୭/୦୧ : ଆଜି ସାରା ରାଜ୍ୟରେ ଚତୁର୍ଥ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ପରିପେଖି ରେ ସ୍ଥାନୀୟ କଣ୍ଟାବାଞ୍ଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ଚତୁର୍ଥ ଅଭିଭାବକ ଶିକ୍ଷକ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।

       Ad..


ଉକ୍ତ ବୈଠକ ରେ ଶତାଧିକ ପିତା ମାତା ଯୋଗଦାନ୍ ଦେଇଥିଲେ। ବୈଠକ ରେ ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲାବଣ୍ୟ ବତୀ ଧରୁଆ ସମସ୍ତ ଅଭିଭାବକ ଙ୍କୁ ସ୍ଵାଗତ ଜଣାଇ ଆଜିକାର ବୈଠକ ର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।

        Ad..


କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ମଧ୍ୟ ବୈଠକ ରେ ଉପସ୍ଥିତ ରହି ଅଭିଭାବକ ଙ୍କୁ ଗୁଣାତ୍ମକ ଶିକ୍ଷା ଓ ବିକଶିତ ଓଡିଶା, ଶିକ୍ଷଣ ଉପଲବ୍ଧି ର ସମୀକ୍ଷା,୨୦୨୫/୨୦୨୬ ବାର୍ଷିକ ପରୀକ୍ଷା ( ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ), ପରୀକ୍ଷା ପ୍ରସ୍ତୁତି ରେ ଅଭିଭାବକ ଙ୍କ ଭୂମିକା, ପଢ଼ିବା ଗଢ଼ିବା ଓଡିଶା...

Ad..


ଶିକ୍ଷଣ ସୋପାନ ଓ ପ୍ରଗତି ପରୀକ୍ଷଣ, ଡିଜିଟାଲ ଶିକ୍ଷା, ଭିନ୍ନ କ୍ଷମ ଶିକ୍ଷାର୍ଥୀ ଙ୍କ ପାଇଁ ସୁବିଧା ସୁଯୋଗ, ସାମାଜିକ ଦାୟିତ୍ଵ ବାଲ୍ୟବିବାହ ନିଷେଧ ଓ ଲିଙ୍ଗଗତ ସମାନତା, ବିଦ୍ୟାଳୟ ସୁରକ୍ଷା ଓ ବୁଲା କୁକୁର ସଚେତନତା, ଗଠନ ମୂଳକ ଆଲୋଚନ ବିଷୟ ରେ ବିଶଦ ଭାବେ ଆଲୋଚନ କରିଥିଲେ।

ପିତା ମାତା ଅଭିଭାବକ ଙ୍କ ମତା ମତ ମଧ୍ୟ ଗ୍ରହଣ କରାଯାଇଥିଲା।ଶେଷ ସହ କାରୀ ଶିକ୍ଷୟତ୍ରୀ ଭାରତୀ ସାହୁ ସମସ୍ତ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।



Edited by k.s thakur...

Post a Comment

Previous Post Next Post