ଆମ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ...

ଆମ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ...


ଭୁବନେଶ୍ବର,୧୩/୦୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଅଛନ୍ତି। ପବିତ୍ର ମକର ସଂକ୍ରାନ୍ତିର ଶୁଭ ଅବସରରେ କେନ୍ଦୁଝରର ଉନ୍ନତି ପାଇଁ ୧,୯୦୦ କୋଟିରୁ ଅଧିକ ମୂଲ୍ୟର ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। 

       Ad..


ବିଶେଷ କରି ମା’ ତାରିଣୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୩୧୩ କୋଟିର ବ୍ୟୟବରାଦ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଏହି ନୂତନ ନିବେଶ କେନ୍ଦୁଝରର ବିକାଶ ଧାରାକୁ ତ୍ୱରାନ୍ୱିତ କରିବ।କେନ୍ଦୁଝର ଜିଲ୍ଲାକୁ ଦୁଇଦିନିଆ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ନିଜ ମାଟି, ମୋ ନିଜ ଘରକୁ ଫେରିବା ସବୁବେଳେ ମୋ ପାଇଁ ସବୁଠାରୁ ଆବେଗପୂର୍ଣ୍ଣ ମୁହୂର୍ତ୍ତ। 

Ad..


ମୁଁ ଏଇ ମାଟିର ପୁଅ। ତେଣୁ କେନ୍ଦୁଝରର ସ୍ପନ୍ଦନକୁ ମୁଁ ଅତି ନିକଟରୁ ଅନୁଭବ କରେ। ଆଜି ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଭବ୍ୟ ସ୍ୱାଗତ ଦେଖି ମୁଁ ଅଭିଭୂତ। ଆପଣଙ୍କ ସ୍ନେହ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ସମ୍ବଳ। ଆମ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। 

Ad..


କେନ୍ଦୁଝରର ପୁଅ ହିସାବରେ ଆମ ଜିଲ୍ଲା ଯେପରି ତ୍ୱରିତ ଗତିରେ ବିକାଶ କରିବ ଏବଂ ଓଡ଼ିଶାର ପ୍ରଗତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ, ସେଥିପାଇଁ ମୋର ପ୍ରୟାସ ନିରନ୍ତର ଜାରି ରହିଛି।ଆଞ୍ଚଳିକ ବୈଷମ୍ୟ ଦୂର କରି ଆମ କେନ୍ଦୁଝରକୁ ଏକ ସୁଦୃଢ଼ ଆର୍ଥିକ ଜୋନ୍‌ରେ ପରିଣତ କରିବା ମୋର ପ୍ରମୁଖ ଲକ୍ଷ୍ୟ। 

ଆମ ଶାସନର ମୂଳମନ୍ତ୍ର ହେଉଛି ଅନ୍ତର୍ଭୁକ୍ତିମୂଳକ ବିକାଶ, ଯେଉଁଠି ପ୍ରତିଟି ଆଦିବାସୀ ଭାଇଭଉଣୀ ଓ ଯୁବପିଢ଼ିଙ୍କ ସଶକ୍ତୀକରଣକୁ ପ୍ରାଥମିକତା ଦିଆଯାଉଛି। ସମ୍ବଲପୁର ଓ ବରଗଡ଼ ପରେ କେନ୍ଦୁଝରରେ ଆଜିର ଏହି ବିକାଶ ପର୍ବ ପ୍ରମାଣ କରୁଛି ଯେ 'ବିକଶିତ ଓଡ଼ିଶା' ଗଠନ ପାଇଁ ସବୁ ଜିଲ୍ଲାର ସନ୍ତୁଳିତ ଓ ସାମଗ୍ରିକ ପ୍ରଗତି ଜରୁରୀ। 

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ମୋର ପ୍ରତିଟି ପରିଶ୍ରମ ଆପଣମାନଙ୍କ ସେବାରେ ସମର୍ପିତ। ଆସନ୍ତୁ, ମା' ତାରିଣୀଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଆମେ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ମିଳିମିଶି ଆଗକୁ ବଢ଼ିବା।



Edited by k.s thakur...

Post a Comment

Previous Post Next Post