ବିଜେଡି ବିଧାୟକ ମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ଆଲୋଚନା...

ବିଜେଡି ବିଧାୟକ ମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ଆଲୋଚନା...


ଭୁବନେଶ୍ଵର,୧୪/୦୧(ନି.ପ୍ର): ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୯ ଜଣ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

       Ad..


ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୂତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। 

         Ad..


ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ସେ ପଚାରି ବୁଝିଥିଲେ।ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ।

Ad..


ଏହି ବୈଠକରେ ବିଧାୟିକା ମନୋରମା ମହାନ୍ତି, ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ, ଅଶ୍ୱିନୀ ପାତ୍ର, ବ୍ରଜକିଶୋର ପ୍ରଧାନ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକ, ଚକ୍ରମଣି କଂହର, ଗୌତମ ବୁଦ୍ଧ ଦାସ ଓ ମାଧବ ଧଡ଼ା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।



Edited by k.s thakur...

Post a Comment

Previous Post Next Post