ଟ୍ରକ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଗିରଫ...
କଣ୍ଟାବାଞ୍ଜି,୦୫/୦୧ :ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା ଅଞ୍ଚଳରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ମାରି ଟଙ୍କା,ମୋବାଇଲ, ନାକଚଣା ଓ ଅନ୍ୟଜଣଙ୍କ ବାଇକ୍ ଲୁଟି ଫେରାର ହୋଇଯାଇଥିଲେ।
Ad..
ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି । ନିସ୍ତୁକ ମାଡ଼ ଖାଇଥିବା ଟ୍ରକ୍ ଡ୍ରାଇଭର ଜଣଙ୍କ ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ଥାନା ୱାର୍ଡ ୦୩ ହାଇସ୍କୁଲ ପଡ଼ାର ଚତୁର୍ଭୁଜ ବାଗଙ୍କ ପୁଅ ପରମାନନ୍ଦ ବାଗ(୩୫)। ଗିରଫ ଅଭିଯୁକ୍ତ ଜଣଙ୍କ ମାଳପଡ଼ା ଗ୍ରାମର ହିମାଳୟ ପୁଟେଲ(୨୮) ବୋଲି ପୋଲିସ ପ୍ରକାଶ କରିଛନ୍ତି।
Ad..
ଅଭିଯୁକ୍ତ ପାଖରୁ ଲୁଟ ହୋଇଥିବା ମୋଟ ୧୦ ବସ୍ତାରୁ ୫ ବସ୍ତା ନାକଚଣା, ଡ୍ରାଇଭରଙ୍କ ମୋବାଇଲ୍ ଓ ବାଇକକୁ ଉଦ୍ଧାର କରାଯାଇଛି।ନିସ୍ତୁକ ମାଡ ଖାଇଥିବା ଡ୍ରାଇଭର ପରମାନନ୍ଦ ଥାନାରେ ଦେଇଥିବା ଏତଲା ମୁତାବକ ସେ ୩୧ ତାରିଖ ଦିନ ଛତିଶଗଡ ରାଜ୍ୟ ବାଗବେହେରାର ରାଜେଶ ଅଗ୍ରୱାଲଙ୍କ ଟ୍ରକ(ସିଜି ୦୪ ପିପି ୭୬୭୪)ରେ ନାକଚଣା ବୋଝେଇ କରି ବିଶାଖାପାଟଣାରୁ ଛତିଶଗଡ ଅମନପୁରକୁ ଯାଉଥିଲେ।
ରାତି ୧୦ଟାରେ ଏହି ଥାନା ମାଳପଡ଼ା ଛକ ନିକଟ ଏକ ଢ଼ାବା ପାଖରେ ତାଙ୍କ ଟ୍ରକର ରଶି ଛିଣ୍ଡି ଯିବାରୁ ସେ ଟ୍ରକ୍ ରଖି ତାହାକୁ ବାନ୍ଧୁଥିଲା ବେଳେ ତିନିଜଣ ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ଗାଳିଗୁଲଜ ସହ ନିସ୍ତୁକ ମାଡ଼ ଦେଇ ତାଙ୍କ ପାଖରୁ ୯ ହଜାର ଟଙ୍କା,ମୋବାଇଲ ଫୋନ୍ ଓ ୧୦ ପ୍ୟାକେଟ ନାକଚଣାକୁ ଲୁଟି ନେଇ ଫେରାର ହୋଇଯାଇଥିଲେ।
ଅଭିଯୁକ୍ତ ତିନି ଦୁର୍ବୃତ୍ତ ହଳଦୀ ଓ ମାଳପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ୧/୨୬ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମି ନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଆଇଆଇସି ସନାତନ ସାହୁ ପ୍ରକାଶ କରିଛନ୍ତି।
Edited by k.s thakur...
Tags:
arrested
bolangir daily current affairs
kantabanji
latest news
latest update
muribahal
odisha daily current affairs
odisha news
police



