ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସ ; ବଙ୍କାପୁର ଦଳ କୁ ହରାଇ ତେତେଲପଡା ଦଳ ବିଜୟୀ...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସ ; ବଙ୍କାପୁର ଦଳ କୁ ହରାଇ ତେତେଲପଡା ଦଳ ବିଜୟୀ...


ବଙ୍ଗୋମୁଣ୍ଡା,୦୫/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସ ରେ ପହଞ୍ଚିଛି। 

       Ad..


ଆୟୋଜକ କମିଟି ର ସଭାପତି ହୁଲେଶ୍ୱର ହଂସ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପରମେଶ୍ୱର ମହାନନ୍ଦ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ,ସମାଜସେବୀ ଭୁରିଶ୍ରବା ବିଶି, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନୀଳମଣି ବିଶି,ତାଳଭଟା ଗଉନ୍ତିଆ ବୃନ୍ଦାବନ ବେହେରା...

Ad..


ପୂର୍ବତନ ଫୁଟବଲ ଖେଳାଲି କୁଞ୍ଜବିହାରି ବେହେରା, ଲମ୍ବୋଦର ବେହେରା, ଧବଳେଶ୍ବର ବେହେରା, ସମାଜକର୍ମୀ ଦେବରାଜ ମହାନନ୍ଦ,ଶିକ୍ଷକ କଳାକୃଷ୍ଣ ବିଶି, ସାମ୍ବାଦିକ ରାଧେଶ୍ୟାମ ମେହେର, ଯୁବ ସ୍ବେଚ୍ଛାସେବୀ ରିଙ୍କୁ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ।

ଦ୍ଵିତୀୟ ଦିବସ ମ୍ୟାଚ ରେ ତେତେଲପଡା  ଓ ବଙ୍କାପୁର ଦଳ ମଧ୍ୟରେ ଖେଳ ହୋଇଥିଲା। ଏଥିରେ ବଙ୍କାପୁର କୁ ୨-୦ ଗୋଲ ରେ ପରାସ୍ତ କରି ତେତେଲପଡା ଦଳ ବିଜୟୀ ହୋଇଥିଲା। ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ।

ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ।ଆୟୋଜକ କମିଟି ର ସଂଯୋଜକ ରାହୁଲ ବାଗ,ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି,କେଦାର ଭୋଇ,ସଦସ୍ୟ ଜିତେନ୍ଦ୍ର ହଂସ, ନରେନ୍ଦ୍ର ପୁଞ୍ଜି, ଅଭିଷେକ ହଂସ, ନିତ୍ୟା ହଂସ,ବିକାଶ ହଂସ,ସୁନୀଲ କୁମାର ବିଶି ସହ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ।




Edited by k.s thakur...

Post a Comment

Previous Post Next Post