ବଙ୍ଗୋମୁଣ୍ଡା ରେ ନୂତନ ବିଡ଼ିଓଙ୍କ ଯୋଗଦାନ...
କଣ୍ଟାବାଞ୍ଜି,୨୪/୦୧(ନି.ପ୍ର):ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଏକ ବର୍ଷରୁ ଅଧିକ ଦିନ ପରେ ଜଣେ ସ୍ଥାୟୀ ଭାବରେ ନୂତନ ବିଡ଼ିଓ ଯୋଗଦାନ କରିଛନ୍ତି। ଗତ ନଭେମ୍ବର ମାସରେ ନୂତନ ବିଡ଼ିଓ ଭାବରେ ଯୋଗଦେବା ପାଇଁ ଚିଠି ହୋଇଥିଲା।
Ad..
ଗୁରୁବାର ଦିନ ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଭାବରେ ନିତୁଶ୍ରୀ ମେହେର ବିଡ଼ିଓ ଭାବେ ଯୋଗଦାନ କରିଛନ୍ତି । ସେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଡେପୁଟି କଲେକ୍ଟର ଭାବରେ ଦାୟିତ୍ୱ ତୁଲାଇଥିଲେ।ବିଡ଼ିଓ ଭାବରେ ଯୋଗଦାନ ପରେ ଅଞ୍ଚଳର ଉନ୍ନୟନ ମୂଳକ କାମ ସହିତ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ।
Ad..
ସରକାରୀ କର୍ମଚାରୀ ଲୋକଙ୍କ ପାଖକୁ ପହଁଚି ଲୋକଙ୍କ ସମସ୍ୟା ଦିଗରେ କେମିତି କାମ କରିବେ ସେ ନେଇ ଦୃଷ୍ଟି ଦେବି ଓ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବି ବୋଲି କହିଛନ୍ତି।
Ad..
ବର୍ଷେ ରୁ ଅଧିକ ହେବ ସ୍ଥାୟୀ ବିଡ଼ିଓ ନ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବିଡ଼ିଓ ଙ୍କ ଯୋଗଦାନ ପରେ ସମସ୍ତେ ଆଶାବାଦୀ। ବିଗତ ଦିନରେ ଏହି ବ୍ଲକ ବେଶ ଚର୍ଚ୍ଚାରେ ଥିବା ବେଳେ ବ୍ଲକର ଅଧିକାରୀ କର୍ମଚାରୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ମନରେଗା କାର୍ଯ୍ୟ ଦୁର୍ନୀତି ଅଭିଯୋଗ ବେଶ ଚର୍ଚ୍ଚାରେ ଥିଲା ଏହି ବ୍ଲକ,କଂଗ୍ରେସ ଦଳ ମଧ୍ୟ ଦୁର୍ନୀତି ବିରୋଧରେ ବ୍ଲକ କାର୍ଯ୍ୟଳୟ ଘେରାଉ କରି ଥିଲେ।
Edited by k.s thakur...
Tags:
bangomunda
joined
kantabanji
latest news
latest update
new BDO
odisha daily current affairs
odisha news




