ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ କ୍ରେଡିଟ୍ କାର୍ଡ ଲାଇଭ୍ ଲଞ୍ଚିଂ ଏବଂ ଋଣ ବଣ୍ଟନ କାର୍ଯ୍ୟକ୍ରମ...
ଟିଟିଲାଗଡ଼,୨୪/୦୧(ନି.ପ୍ର): ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ କ୍ରେଡିଟ୍ କାର୍ଡ ଲାଇଭ୍ ଲଞ୍ଚିଂ ଏବଂ ଋଣ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା।
Ad..
ଟିଟିଲାଗଡ଼ ମୁନିସିପାଲିଟିରେ ଏହି କାର୍ଯ୍ୟକ୍ରମରେ ମାନନୀୟ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସହ ସମ୍ମାନିତ କାଉନସିଲର ମାନେ, ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ, ଷ୍ଟ୍ରିଟ୍ ଭେଣ୍ଡରମାନେ ଓ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
Ad..
ଏହି ଅବସରରେ ମାନନୀୟ ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ଉଦ୍ଦେଶ୍ୟ, ଲାଭ ଏବଂ ଋଣ ପ୍ରାପ୍ତି ପ୍ରକ୍ରିୟା ସମ୍ବନ୍ଧରେ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ସୁସ୍ପଷ୍ଟ ଭାବରେ ଅବଗତ କରାଇଥିଲେ।
Ad..
ସେ ଏହି ଯୋଜନା ଦ୍ୱାରା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ଆର୍ଥିକ ସ୍ୱାବଳମ୍ବନ ବୃଦ୍ଧି ପାଇବ ବୋଲି କହିଥିଲେ ଏବଂ ସମସ୍ତ ଯୋଗ୍ୟ ଲାଭାର୍ଥୀଙ୍କୁ ଏହି ଯୋଜନାର ସତ୍ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ।
Edited by k.s thakur...
Tags:
latest news
latest update
municipality
odisha daily current affairs
odisha news
pm swanidhi yojana
program
TITILAGARH




