ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ-୨୦୨୬ ରେ କୃତିତ୍ୱ...
କଣ୍ଟାବାଞ୍ଜି,୨୩/୦୧ : ପୁଣି ଜଣେ ଯୁବ ବାଳିକା କଣ୍ଟାବାଞ୍ଜି କୁ ଗୌରବାନ୍ୱିତ କରିଛନ୍ତି। ସୂଚନା ଅନୁସାରେ, ନମ୍ରତା ବଂଶଲ୍, ବ୍ୟବସାୟୀ ଅଶୋକ ବଂସଲ ଙ୍କ ସୂପୁତ୍ରୀ ଓ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ପୂର୍ବତନ ଛାତ୍ରୀ।
Ad..
ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ ୨୦୨୬ ରେ ବିଷୟ ବିକଶିତ ଭାରତ ପାଇଁ ଭବିଷ୍ୟତ ପ୍ରସ୍ତୁତ କର୍ମଶକ୍ତି ନିର୍ମାଣରେ ଓଡ଼ିଶା ରାଜ୍ୟରୁ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଶା କୁ ଜାତୀୟ ସ୍ତରରେ ସମ୍ମାନୀତ କରିଛନ୍ତି।
Ad..
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଗତ ୯ ଜାନୁଆରୀ ରୁ ୧୨ ଜାନୁଆରୀ ୨୦୨୬ ମଧ୍ୟରେ ପ୍ରତିନିଧିତ୍ଵ କରିଥିଲେ।ସେ ଏହି ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସମ୍ବାଦ କାର୍ଯକ୍ରମ ଓ ନୈଶ ଭୋଜି ରେ ଯୋଗ ଦେଇଥିଲେ।
Ad..
ତାଙ୍କର ଏହି କୃତିତ୍ୱ ପାଇଁ କଣ୍ଟାବାଞ୍ଜି ତଥା ରାଜ୍ୟ କୁ ଗୌରବାନ୍ଵିତ କରିଛନ୍ତି। ଏଥି ପାଇଁ ତାଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ସହ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି।
Edited by k.s thakur...




