ମାଉଳି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ...
ବଙ୍ଗୋମୁଣ୍ଡା,୨୩/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟଲା ଗାଁରେ ଚାଲିଥିବା ମାଁ ମାଉଳି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ଫାଇନାଲ ମ୍ୟାଚ ରେ ପରାସରା ଚାମ୍ପିଆନ ହୋଇଛି।
Ad..
ପରାସରା ବନାମ ଟିଟିଗାଁ ଥିବା ବେଲେ ପରାସରା ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭର ରେ ୧୭୯ ରନ୍ କରିଥିଲା ଜବାବ ରେ ଟିଟିଗାଁ ଦଳ ୧୨ ଓଭର ରେ ୧୩୪ କରି ପରାଜିତ ହୋଇଥିଲା। ନେପାଳ ବେହେରା ଓ ବଳରାମ ବେହେରା ଖେଲ ପରିଚାଳନା କରିଥିଲେ।
Ad..
ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ ।ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି କୋଷରାଜ ବେହେରା, କୁଣ୍ଡାବୁଟଲା ସରପଞ୍ଚ ପୂର୍ଣ୍ଣିମା ବେହେରା...
Ad..
ପୂର୍ବତନ ସମିତିସଭ୍ୟ ହଂସରାଜ୍ ସାହୁ, କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ସଭାପତି ପବିତ୍ର ପୋଢ ଯୋଗ ଦେଇ ଥିଲେ। ଅଞ୍ଚଳ ର ଅନେକ ଲୋକ ଖେଲ କୁ ଉପଭୋଗ କରିଥିଲେ। ଆୟୋଜକ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
Edited by k.s thakur...
Tags:
bangomunda
cricket tournament
latest news
latest update
odisha daily current affairs
odisha news




