ସରସ୍ୱତୀ ପୂଜାରେ ବିଜେଡି ନେତା ଅଭିନବ ପ୍ରୟାସ- ୧୫୦୦ ଗରିବ ପିଲା ଙ୍କୁ ଦେଲେ କଲମ...
ବଙ୍ଗୋମୁଣ୍ଡା,୨୩/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବିଭିନ୍ନ ବିଦ୍ୟାଳୟ ରେ ଚାଲିଥିବା ସରସ୍ୱତୀ ପୂଜା ରେ ସାମିଲ ହୋଇ ବିଜେଡି ନେତା ଙ୍କ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି।
Ad..
ଅଞ୍ଚଳର ୧୫୦୦ ରୁ ଉର୍ଦ୍ଧ୍ବ ଗରିବ ପିଲା ମାନଙ୍କୁ କଲମ ପ୍ରଦାନ କରି ଅନ୍ୟ ମାନଙ୍କ ପାଇଁ ଗୋଟିଏ ପ୍ରକାର ଉଦାହରଣ ପାଲଟିଛନ୍ତି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତ ର ସରପଞ୍ଚ ଅଜିତ କୁମାର ଯୋଶୀ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ କରାଯାଇଛି।
Ad..
ଗରିବ ପିଲା ମାନେ କଲମ ଗ୍ରହଣ କରିବା ପରେ ଖୁସି ର ମାହୋଲ ଦେଖିବାକୁ ମିଳିଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପିଣ୍ଟୁ ଦାସ, ବିନୋଦ ବାରିକ, ସମ୍ରାଟ ମନହୀରା, ମନିଷ ବାରିକ, ଅକିଂତ ବାରିକ,ଅଙ୍କିତ ସାହୁ,ସାହିଲ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ।
Ad..
ଏହି କାର୍ଯ୍ୟ କୁ ଦେଖି ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି। ପୂର୍ବରୁ ମଧ୍ୟ ଶ୍ରୀ ଯୋଶୀ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି।
Edited by k.s thakur...




