ନାଗରିକ କମିଟି ପକ୍ଷରୁ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା...

ନାଗରିକ କମିଟି ପକ୍ଷରୁ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା...


କଣ୍ଟାବାଞ୍ଜି,୨୧/୦୧(ନି.ପ୍ର): କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭାବେ ଛବି ପୋଢ଼ ଯୋଗଦାନ କରିବା ପରେ ଆଜି ମଙ୍ଗଳବାର ଦିନ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। 

Ad..


ଏହି ଅବସରରେ ନାଗରିକ କମିଟି ପକ୍ଷରୁ କଣ୍ଟାବାଞ୍ଜି ସହରର ବିଭିନ୍ନ ଦୀର୍ଘଦିନର ସମସ୍ୟାଗୁଡ଼ିକ ବିଷୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟିକୁ ଆଣାଯାଇଥିଲା। ସହରର ଅନେକ ସ୍ଥାନରେ ଶୌଚାଳୟ ତିଆରି ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ବନ୍ଦ ଥିବାରୁ ବିଶେଷକରି ମହିଳାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାଇ ଦିଆଯାଇଥିଲା।

Ad..


ଏହା ସହିତ କଣ୍ଟାବାଞ୍ଜି ସହରର ବହୁ ୱାର୍ଡରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ନେଇ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଏହାର ପ୍ରତିଉତ୍ତରରେ ଇଓ କହିଥିଲେ ଯେ, ଅତି ଶୀଘ୍ର କଣ୍ଟାବାଞ୍ଜି ସହରର ସମସ୍ତ ପ୍ରମୁଖ ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପର୍ଯ୍ୟାୟକ୍ରମେ କାମ ଆରମ୍ଭ ହେବ।

Ad..



ଏହି କାର୍ଯ୍ୟକ୍ରମରେ ନାଗରିକ କମିଟିର ସଭାପତି ଅରୁନ ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ, ସହ ସଂପାଦକ ଜିତୁ ସୁନା, ସାମ୍ବାଦିକ ପ୍ରମୋଦ କୁମାର ବେହେରା, ପରାମର୍ଶଦାତା ଲୋକେଶ ଭୋଇ, ବିଶାଲ ତାଣ୍ଡି, ଟେମୁ ନାୟକ ଓ ସଦସ୍ୟ ଦୁଃଖନାଶନ ମଲ୍ଲିକ ବିକାଶ ତାଣ୍ଡି  ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post