ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଉଦଯାପିତ :ନିଜ ଅଞ୍ଚଳ ଓ ମାଟି ର ଉନ୍ନତି ହିଁ ଶିକ୍ଷା ର ଲକ୍ଷ୍ୟ ହେଉ...
ବରଗଡ଼, ୨୦/୦୧(ବିଜୟ କୁମାର ସାହୁ):ନିଜ ଅଞ୍ଚଳ ଓ ମାଟିର ଉନ୍ନତି ପାଇଁ କିଛି କରି ପାରିଲେ ଶିକ୍ଷା ର ମୂଳ ଲକ୍ଷ୍ୟ ସାଧିତ ହୋଇ ଥାଏ ବୋଲି ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ଠାରେ ଆୟୋଜିତ ବରଗଡ଼ ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଉଦଯାପନୀ ସମାରୋହ ରେ ମତ ପ୍ରକାଶ ପାଇଛି।
Ad..
ବରଗଡ଼ ଏ ଡି ଏମ ମଧୁ ଛନ୍ଦା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ,ଅତାବିରା ବିଧାୟକ ନିହାର ମହାନନ୍ଦ,ବିଜେପୁର ବିଧାୟକ ସନତ ଗଡତିଆ ପ୍ରମୁଖ ଉପସ୍ଥିତ ରହି ବାସ୍ତବ ଶିକ୍ଷା ନିଜ ମାଟି ଓ ଅଞ୍ଚଳ ର ବିକାଶ ପାଇଁ ପ୍ରେରଣା ଯୋଗାଇଥାଏ ବୋଲି...
Ad..
ଉଲ୍ଲେଖ କରି ସରକାର ଜାତୀୟ ଶିକ୍ଷା ନୀତି କୁ ରାଜ୍ୟ ରେ ପ୍ରଚଳନ କରିବା ସହିତ ଶିକ୍ଷା ର ଭିତ୍ତି ଭୂମି ଓ ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ବ ପ୍ରଦାନ କରିବା ସହ ରାଜ୍ୟ ରେ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣ ରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଅଭିହିତ କରିଥିଲେ।
Ad..
ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପି ଏମ ଶ୍ରୀ ଉତ୍ସବ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଗୋବିନ୍ଦ ସେଟ୍ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।
ଏହି ଅବସର ରେ ଦ୍ଵିତୀୟ ଦିନ ରେ ଅନୁଷ୍ଟିତ ହୋଇ ଥିବା ଆକାକ୍ଷି ମେଳା,ଇଂସ୍ପାରିଂ ଓଡ଼ିଶା -୨୦୨୬,ଆକାଂକ୍ଷି ଛାତ୍ର ପରିସର , ଟେଲେଣ୍ଟ ଗ୍ୟାଲେରୀ,ଓ ଦୋକାନ ଯାତ୍ରା ପ୍ରମୁଖ ତିନିଟି ପେଭିଲିଅନ ରେ ୩୩୨ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ରହିଥିବା ବେଳେ ବିଶିଷ୍ଟ ଅତିଥି ମାନନୀୟ ବିଧାୟକ ବୃନ୍ଦ ଏହି ପ୍ରକଳ୍ପ ପ୍ରଦର୍ଶନୀ କୁ ଶୁଭ ଉଦ୍ଘାଟନ କରିବା ସହ ଛାତ୍ର ଛାତ୍ରୀ ଙ୍କ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ।
କାର୍ଯ୍ୟ କ୍ରମ ପରିଚାଳନା ରେ ଏ ଡି ଇ ଓ ସରୋଜ ଭୁଏ ,ଏ ଡି ଇ ଓ ଅମୃତା ସାହୁ, ସମସ୍ତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସମେତ ରାଣା ପ୍ରତାପ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରି ବୃନ୍ଦ ସହଯୋଗ କରିଥିଲେ। ଏ ଡି ଇ ଓ ବିନୟ ପ୍ରକାଶ ସୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




