ଶିବିରର ଦ୍ୱିତୀୟ ଦିବସରେ ସ୍ୱଚ୍ଛତା ଅଭିଯାନ...
ପଦ୍ମପୁର,୨୦/୦୧(ବିଜୟ କୁମାର ସାହୁ): ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ୍ୟ ଚାରପାଲିରେ ଚାଲିଥିବା ଜାତୀୟ ସେବା ଯୋଜନାର ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି।
Ad..
ଏହି ଅବସରରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଓ ଗ୍ରାମ୍ୟ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟ କରିବା ସହିତ ଚାରପାଲି ଗ୍ରାମବାସୀଙ୍କୁ 'ସ୍ୱଚ୍ଛ ଭାରତ' କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ।
Ad..
କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୟ ତିଗାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ଡ. ତୁଷାରକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
Ad..
ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ଭୁବନେଶ୍ୱର ବରିହା, ସୁରେଶ୍ୱରୀ ପାଣ୍ଡେ ଓ ଡ. ସରୋଜ କୁମାର ନାଏକ ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଏକ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପକ ସମୀର ନାଗ, ସଦାନନ୍ଦ ସାହୁ ,ଛାତ୍ରୀ ଭାରତୀ ବେହେରା, ଇତିଶ୍ରୀ ସାହୁ, ସିଦ୍ଧି ସାହୁ, ସନ୍ତୋଷିନୀ ମର୍ହି ,ଛାତ୍ର ଆଦିତ୍ୟ ବନଛୋର, ଚୈତନ୍ୟ ପଣ୍ଡା ଓ ମୁକେଶ ଯାଦବ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପିକା ବୁନି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
padamapur




