ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବନ୍ଦେମାତରମ୍ ସାମୁହିକ ଗାନ...
କଣ୍ଟାବାଞ୍ଜି,୨୦/୦୧ :ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାବାଞ୍ଜି ଦ୍ଵାରା ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ଜାତୀୟ ସଙ୍ଗୀତ ସାମୁହିକ ଗାନ ,ଓଡ଼ିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ର ନିର୍ଦ୍ଧେଶ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଅଛି।
Ad..
ଏହି ସକାଶେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପ ପୌରଧକ୍ଷା ମନୋରମା ରାଉତ ଙ୍କ ଅଧ୍ୟକ୍ଷତାରେ,ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ନଗରପାଲ ବରୀୟମ ସିଂହ ସାଲୁଜା ମୁଖ୍ୟ ଅତିଥି, ତହସିଲଦାର ବିଶ୍ଵନାଥ ଖାଲକୋ ,ବିଧାୟକ ପ୍ରତିନିଧି ବେଦ ବ୍ୟାସ ନାଗ, ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ...
Ad..
ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରମେଶ ପୁଜାହାରି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ନିର୍ବାହୀ ଅଧିକାରୀ ଛବି ପୋଢ଼ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ସଭାକୁ ଅଧ୍ୟାପକ ଜିତେନ୍ଦ୍ର ସୁନା ପରିଚାଳନା କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ, ମା ଭାରତି ଙ୍କ ପଟ୍ଟଚିତ୍ର ରେ ପୁଷ୍ପମାଲ୍ୟ, ଦୀପ ଓ ଦ୍ଧୂପ ପ୍ରଜ୍ବଳନ କରିଥିଲେ।ପରେ ଶିକ୍ଷୟତ୍ରୀ ଅଞ୍ଜଳି ମାଝୀ ଓ ଶିକ୍ଷକ ତୁଷାର କାନ୍ତ ବଡ଼ଜେନା ଓ ତାଙ୍କ ଦଳ ଦ୍ଵାରା ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ସଂଯୋଜନା ରେ ସାମୁହିକ ଗାନ କରାଯାଇଥିଲା।
ଏହି ସାମୁହିକ ଗାନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ସଭ୍ୟ, ସଭ୍ୟା, କର୍ମଚାରୀ, ଏବଂ ଏହା ଅନ୍ତର୍ଗତ ସମସ୍ତ ସରକାରୀ , ବେସରକାରୀ ବିଦ୍ୟାଳୟ,ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ଅଧ୍ୟକ୍ଷ/ଅଧ୍ୟକ୍ଷା, ଅଧ୍ୟାପକ/ଅଧ୍ୟାପିକା,ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ଧର୍ମ ,ବର୍ଣ୍ଣ, ଭାଷା ,ସଂସ୍କୃତି ଭିନ୍ନ ଥିଲେ ମଧ୍ୟ ବନ୍ଦେ ମାତରଂ ଶବ୍ଦ ସମସ୍ତ ଭାରତ ବାସୀଙ୍କୁ ଭରତୀୟତା ର ସନ୍ଦେଶ ଦେଇଥାଏ ଓ ଦେଶପ୍ରେମ ରେ ଉଦ୍ଭୂତିତ କରିଥାଏ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।
ଏହି ଜାତୀୟ ସଙ୍ଗୀତ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି କାର୍ଯକ୍ରମ ଦ୍ଵାରା ସମସ୍ତ ଭାରତ ବାସି ଙ୍କ ମଧ୍ୟରେ ପୁଣି ଥରେ ଦେଶ ମାତୃକା ପାଇଁ କିଛି କରିବାର ପ୍ରେରଣା ଦେବା ପାଇଁ ଭାରତ ସରକାର ଓ ଭାଷା ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର କୁ ସମସ୍ତ ଅତିଥି ସାଧୁବାଦ୍ ଜଣାଇଥିଲେ।
ଏହି ସଭାରେ , ପରିଷଦ ଦ୍ବାରା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସଭାରେ ସ ହାପତିତ୍ଵ କରୁଥିବା ଉପାଧ୍ୟକ୍ଷ ଶ୍ରୀମତୀ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
Edited by k.s thakur...




