ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁରିବାହାଲର ୨୫ ତମ ବାର୍ଷିକ କ୍ରିଡା ଉଦଘାଟିତ...
ମୁରିବାହାଲ,୨୧/୦୧ (ଶଙ୍କର ମାଝୀ): ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦର ମହକୂମା ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରିଡା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ମୁରିବାହାଲ ଖେଳ ପଡିଆ ରେ ଉଦଘାଟନ ହୋଇଯାଇଛି।
Ad..
ଏହି ଉଦଘାଟନୀ ଉତ୍ସବରେ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଡକ୍ଟର ରମେଶ ମହାନନ୍ଦ ସଭାପତିତ୍ବରେ କରିଥିଲେ।ମୂଖ୍ୟ ଅତିଥି ଭାବରେ ଅଞ୍ଚଳର ଜଣେ ସୁନାମଧନ୍ୟ ଖେଳାଳି ଜାତୀୟ ସ୍ତରରେ ଜଣେ ସୁଦକ୍ଷା ଫୁଟବଲ ଖେଳ ପରିଚାଳକ ତଥା ରେଫରୀ ସମାଜସେବୀ ଏବଂ ଦକ୍ଷ ସଂଗଠକ ଶ୍ରୀଯୁକ୍ତ ଶ୍ରୀବତ୍ସ ବେହେରା ଯୋଗଦାନ କରୀ କ୍ରିଡା ପତକା ଉତ୍ତୋଳନ କରିଥିଲେ।
Ad..
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକ ଶ୍ରୀଯୁକ୍ତ ରାଧାଶ୍ୟାମ ତ୍ରିପାଠୀ, ଇଂରାଜୀ ବିଭାଗ ର ବରିଷ୍ଠ ଅଧ୍ୟାପିକ ଶ୍ରୀଯୁକ୍ତ ହୃଦାନନ୍ଦ ପୁହାଣ, ଏବଂ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ ନାଗ ଯୋଗଦାନ କରିଥିଲେ।
Ad..
ଏହି ଉଦଘାଟନୀ ସମାରୋହରେ କଲେଜ ର ଅନ୍ୟତମ ଇଂରାଜୀ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ବିକ୍ରମ ତାଣ୍ଡି ଏବଂ ପ୍ରାଣୀ ବିଜ୍ଞାନ ର ଅଧ୍ୟାପିକା ଶ୍ରୀମତୀ ପୂଜାରାଣୀ ରଥ, କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ...
ବିଭିନ୍ନ କ୍ରିଡା କୁ ଯୁକ୍ତଦୁଇ କଲେଜର ଖେଳ ଶିକ୍ଷକ ଶ୍ରୀଯୁକ୍ତ ରାଧେଶ୍ୟାମ ବଘାର କିମ୍ଵା ଆଦର୍ଶ ବିଦ୍ୟାଳୟ ମୁରିବାହାଲ ଏବଂ ସ୍ଥାନୀୟ ହାଇସ୍କୁଲ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ରିତେଶ ତାଣ୍ଡି ପରିଚାଳନା କରିଥିଲେ।
ଶେଷରେ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିବାବେଳେ ସମସ୍ତ ଛାତ୍ର/ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।
Edited by k.s thakur...
Tags:
annual sports
high school
latest news
latest update
muribahal
odisha daily current affairs
odisha news




