ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ନାବାଳକ ଗୁରୁତର ଆହତ...

ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ନାବାଳକ ଗୁରୁତର ଆହତ...


ପୁରୀ,୨୫/୦୧(ନି.ପ୍ର): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି। ନାବାଳକଙ୍କ ପରିବାର ଲୋକ କହିଛନ୍ତି ଯେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇ ଥିଲେ।

        Ad..


ନାବାଳକଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ସୂଚନା ଦେଇଛନ୍ତି ଯେ ନାବାଳକଙ୍କ ଅବସ୍ଥା ଗୁରୁତର ହେବାରୁ ଇନଡୋରରେ ଆଡମିଶନ କରି ଚିକିତ୍ସା କରାଯାଉଛି।

Ad..


କହିରଖୁଛୁ ଯେ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ପତ୍ନୀ ଓ ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ୱୟଂଶୁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। 

Ad..


ଘଟଣା ସ୍ଥଳରେ ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜ ଯାଞ୍ଚ କରାଯାଉଛି।



Edited by k.s thakur...

Post a Comment

Previous Post Next Post