ସରଣ୍ଡାରେ ନକ୍ସଲ ବିରୋଧୀ ଅଭିଯାନକୁ ବଡ଼ ସଫଳତା : ୧୭ ମାଓବାଦୀ ନିହତ...
ବିଶ୍ରା,୨୫/୦୧(ନି.ପ୍ର): ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଅଞ୍ଚଳରେ ଗତ ୨୨ ଓ ୨୩ ତାରିଖରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନରେ ନିହତ ୧୭ ନକ୍ସଲଙ୍କ ଶବ ଉଦ୍ଧାର ହୋଇଥିବାବେଳେ ସମସ୍ତଙ୍କର ପରିଚୟ ମିଳିଛି।
Ad..
ଗୁଳି ବିନିମୟରେ ୧ କୋଟି ଟଙ୍କାର ପୁରସ୍କାର ଥିବା ଶୀର୍ଷ ମାଓନେତା ଅନଲ୍ଦା ଓରଫ୍ ପତିରାମ ମାଝୀ ସହିତ ଏକାଧିକ କୁଖ୍ୟାତ ନକ୍ସଲ ପ୍ରାଣ ହରାଇଛନ୍ତି। ଶନିବାର ରାଞ୍ଚିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷାବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ନିଷିଦ୍ଧ ଭାକପା ମାଓବାଦୀ ସଂଗଠନର ଶୀର୍ଷନେତା ଅନଲ୍ଦା, ଅନ୍ମୋଲ ସହିତ ଅନ୍ୟ କେତେକ ଦୁର୍ଦ୍ଦାନ୍ତ ନକ୍ସଲ ଛୋଟାନାଗରା ଥାନା ଅଞ୍ଚଳର କୁମଡିହ ଓ ବହଦା ଗାଁ ଆଖପାଖରେ ଲୁଚିରହି ବଡ଼ଧରଣର ହିଂସାତ୍ମକ ଘଟଣା ଘଟାଇବାକୁ ଯୋଜନା କରୁଥିଲେ।
Ad..
ଗୁଇନ୍ଦା ସୂଚନା ଆଧାରରେ ଝାଡ଼ଖଣ୍ଡ ପୁଲିସ, କୋବ୍ରା ୨୦୯ ବାଟାଲିୟନ ଓ ସିଆର୍ପିଏଫ୍ର ସଂଯୁକ୍ତବାହିନୀ ଅଭିଯାନ ଆରମ୍ଭ କରିଥିଲେ। ୨୨ ଓ ୨୩ ତାରିଖରେ ଉଭୟପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୭ ହାର୍ଡକୋର୍ ମାଓବାଦୀଙ୍କ ସହ ୮ କ୍ୟାଡର୍ ମାଓବାଦୀ ନିହତ ହୋଇଥିଲେ।
Ad..
ସର୍ଚ୍ଚ ଅଭିଯାନରେ ୧୭ ଜଣ ନକ୍ସଲଙ୍କ ଶବ, ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି। ନିହତ ପ୍ରମୁଖ ନକ୍ସଲ ମାନେ ହେଲେ ମୁଣ୍ତ ଉପରେ ଝାଡ଼ଖଣ୍ଡରୁ ୧ କୋଟି ଓ ଓଡ଼ିଶାରୁ ୧ କୋଟି ୨୦ ଲକ୍ଷ ପୁରସ୍କାର ଥିବା ଅନଲ୍ଦା ଓରଫ୍ ପତିରାମ ମାଝୀ, ଝାଡ଼ଖଣ୍ଡରୁ ୨୫ ଓ ଓଡ଼ିଶାରୁ ୬୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଅନ୍ମୋଲ ଓରଫ୍ ସୁଶାନ୍ତ...
ଝାଡ଼ଖଣ୍ଡରୁ ୧୫ ଓ ଓଡ଼ିଶାରୁ ୪୩ ଲକ୍ଷ ଟଙ୍କା ପୁରସ୍କାର ଥିବା ଅମିତ ମୁଣ୍ଡା, ଝାଡ଼ଖଣ୍ଡରୁ ୫ ଲକ୍ଷ ଲେଖାଏଁ ପୁରସ୍କାର ଥିବା ପିଣ୍ଟୁ ଲୋହରା, ଲଲଜିତ ଓରଫ୍ ଲାଲୁ ଓ ସମୀର ସୋରେନ, ଓଡ଼ିଶାରୁ ୩୨ ଲକ୍ଷ ଟଙ୍କାର ପୁରସ୍କାର ଥିବା ରାପା ଓରଫ୍ ପାଭେଲ, ରାଜେଶ ମୁଣ୍ଡା, ବୁଲବୁଲ ଅଲଦା, ବବିତା, ପୂର୍ଣ୍ଣିମା ଓ ଅନ୍ୟ ୬ କ୍ୟାଡର୍ ସଦସ୍ୟ ସୂରଜମୁନି, ଜୋଙ୍ଗା, ସୋମବାରୀ ପୂର୍ତ୍ତି...
ସୋମା ହୋନହାଗା, ମୁକ୍ତି ହୋନହାଗା ଓ ସରିତା ଅଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୪ଟି ଏକେ-୪୭/ଏକେଏମ୍, ୪ ଇନ୍ସାସ୍ ରାଇଫଲ୍, ୩ ଏସ୍ଏଲ୍ଆର୍, ୩ଟି ୩୦୩ ରାଇଫଲ୍, ୩ଟି ଜୀବନ୍ତଗୁଳି ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି।
Edited by k.s thakur...
Tags:
bisra
Jharkhand
latest news
latest update
naxal encounter
Odisha
odisha daily current affairs
police




