ଓଡ଼ିଶା ରାଜ୍ୟକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଦାବି...
ଭୁବନେଶ୍ୱର,୨୫/୦୧ : ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଡ. ଅରବିନ୍ଦ ଭିରମାନୀ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
Ad..
ରାଜ୍ୟରେ ବିକାଶ କାର୍ଯ୍ୟ, ସଂସ୍କାରମୂଳକ ପଦକ୍ଷେପ ତଥା ଭବିଷ୍ୟତରେ ଓଡ଼ିଶା ସରକାର ଏବଂ ନୀତି ଆୟେଗଙ୍କ ମଧ୍ୟରେ ସମନ୍ବୟ ରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ତେବେ ରାଜ୍ୟକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।
Ad..
ସହରାଞ୍ଚଳ ଆହ୍ବାନ ଗୁଡିକର ମୁକାବିଲା ଲାଗି ଅଧିକ ଅର୍ଥ ବରାଦ କରିବାକୁ ଓଡ଼ିଶା ସରକାର ନୀତି ଆୟୋଗଙ୍କ ଠାରେ ଦାବି ରଖିଛନ୍ତି। ସେହିଭଳି ଅର୍ଥନୈତିକ ଅଞ୍ଚଳର ବିକାଶ ଲାଗି ସହାୟତା ଲୋଡିଛି ଓଡ଼ିଶା। ଭୁବନେଶ୍ବରର ବିକାଶ ଆମେରିକାର ଟେକ୍ସାସ ସହର ମଡେଲ ଭଳି କରାଯିବା ଉପରେ ବୈଠକରେ ଗୁରୁତ୍ବ ପ୍ରକାଶ ପାଇଛି।
Ad..
ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ ଅର୍ଥନୈତିକ ଅଞ୍ଚଳର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୀତି ଆୟୋଗଙ୍କ ସହାୟତା ଲୋଡ଼ିଥିଲେ। ଏହା ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ୯୦ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଚିହ୍ନଟ କରାଯାଇଛି।
ସହରାଞ୍ଚଳରେ ଦେଖା ଦେଉଥିବା ବିଭିନ୍ନ ଆହ୍ବାନର ସଫଳ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ଓଡ଼ିଶାକୁ ମିଳିବା ଜରୁରୀ ବୋଲି ସେ କହିଥିଲେ। ଅପରପକ୍ଷେ ଓଡ଼ିଶାରେ ଜାରି ବିକାଶ ଓ ଆର୍ଥିକ ସ୍ଥିରତା ରକ୍ଷା କାର୍ଯ୍ୟକ୍ରମ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଶ୍ରୀ ବେରୀ ପ୍ରଶଂସା କରିଥିବା କୁହାଯାଉଛି।
ଶିଳ୍ପ ଓ ପୁଞ୍ଜି ନିବେଶରେ ଓଡ଼ିଶା ଏକ ଉଦୀୟମାନ ରାଜ୍ୟ ଭାବେ ଉଭା ହୋଇଛି।ଭୁବନେଶ୍ବରକୁ ଦେଶର ଏକ ଆଧୁନିକ ମହାନଗର ଭାବେ ଗଢ଼ିବା ପାଇଁ ଟେକ୍ସାସ୍ ମଡେଲ ଅନୁକରଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆମେରିକାର ଟେକ୍ସାସ୍ ଭଳି ଭୁବନେଶ୍ବରରେ ସହରୀ ବିକାଶ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଉନ୍ନୟନ ଆୟୁକ୍ତ ଡି.କେ. ସିଂ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ।
Edited by k.s thakur...




