ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଆଗୁଆ ହେବାର ସମ୍ଭାବନା...
ଭୁବନେଶ୍ଵର,୨୫/୦୧(ନି.ପ୍ର): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଆଗୁଆ ହେବାର ସମ୍ଭାବନା ରହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି।
Ad..
ଫେବୃଆରୀ ୨୦୨୭ ରେ ଜନଗଣନା ସ୍ଥିର ହୋଇଥିବା ବେଳେ, ସରକାର ଦୁଇ ରୁ ତିନି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି।ଆଉ ୬ ମାସ ରହିଛି ପଞ୍ଚାୟତ ନିର୍ବାଚନ। ୬ ମାସ ଭିତରେ ବାକି କାମ ସାରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସାମଲ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।
Ad..
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସାମଲ ଏହି କଥା କହିଛନ୍ତି।ମନମୋହନ ସାମଲ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସବୁ ବ୍ଲକ୍, ପଞ୍ଚାୟତ ଓ ୱାର୍ଡରେ ଜିତିବାକୁ ପଡିବ। ସେ କହିଛନ୍ତି ଯେ ସବୁ ଜିଲ୍ଲା ପରିଷଦରେ ବିଜେପିକୁ ଜିତିବାକୁ ପଡିବ ଏବଂ ସବୁ ଜାଗାରେ ନେତୃତ୍ୱ ତିଆରି କରିବାକୁ ପଡିବ।
Ad..
ଆଗକୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ ହେବ ବୋଲି ସେ କହିଛନ୍ତି । ଯେଉଁମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ।
Edited by k.s thakur...
Tags:
Bhubaneswar
earlier
latest news
latest update
odisha daily current affairs
odisha news
panchayat election
possibility




