ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମେଘା ଡ୍ରୁପ୍ ଆଉଟ୍ ନାମ ଲେଖା କ୍ୟାମ୍ପ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୩/୦୧ : କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମେଘା ଡ୍ରୁପ୍ ଆଉଟ୍ ନାମ ଲେଖା କ୍ୟାମ୍ପ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କ୍ୟାମ୍ପ ରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗୌତମ ପଟେଲ୍, ସମ୍ମାନନୀୟ ଅତିଥି ଭାବରେ ତୁରେକେଲା ବ୍ଲକ ଉପ ଶିକ୍ଷା ଅଧିକାରୀ ଶ୍ରୀ ଫକିର ଚରଣ ବିଶି ଓ ଶ୍ରୀ ଜଗବନ୍ଧୁ ମାଝୀ, ଏମ ଆଉ ଏସ୍ ରମେଶ ଚନ୍ଦ୍ର ସୁନା ଯୋଗଦାନ ଦେଇ ଥିଲେ।
Ad..
କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିହାରିକା ନାଗ ସଭାପତିତ୍ବ କରି ଥିବା ବେଳେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ମଂଚ ପରି ଚାଳନା କରି ଥିଲେ।
Ad..
ଆଜିକାର କ୍ୟାମ୍ପ ର ଉଦ୍ଦେଶ୍ୟ ଏହା ଥିଲା ଯେ କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ କରୀ ଜାତୀୟ ମୁକ୍ତ ବିଦ୍ୟାଳୟସଂଗଠନ ଖୋଲିଲା ପ୍ରଥମେ ଉକ୍ତ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସଂଗଠନ ଥିଲା।ବର୍ତ୍ତମାନ କଣ୍ଟାବାଞ୍ଜି ରେ ଆରାମ ରେ ଅଧାରୁ ପାଠ ପଢା ଛାଡ଼ି ଥିବା ପିଲା ମାନେ ପାଠ ପଠି ପାରିବେ।
Ad..
ଏହି ଅବସର ରେ ବହୁ ସଂଖ୍ୟ ଛାତ୍ର ଛାତ୍ରୀ ତାଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସାଙ୍ଗେ ଆସି ନିଜ ନାମ ଲେଖେଇ ଥିଲେ ଯଥା ଜାତୀୟ ମୁକ୍ତ ବିଦ୍ୟାଳୟ ସଂଗଠନ ଯୁକ୍ତ ଦୁଇରେ ୧୫ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସଂଗଠନ ଦଶମ ଶ୍ରେଣୀ ରେ ୪୫ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିଲେ।
ଶିକ୍ଷକ ଚୁମ୍ବିଲ ପ୍ରଧାନ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟ କଣ୍ଟାବାଞ୍ଜି ପାଇଁ ସହ ସଂଯୋଜକ ଥିବା ହେତୁ କେମିତି ନାମ ଲେଖା ହେବ, ପଢ଼ିବା ବ୍ୟବସ୍ଥା ଇତ୍ୟାଦି ବିଷୟ ରେ ଆଲୋକ ପାତ କରି ଥିଲେ।
ଆଜିକାର କ୍ୟାମ୍ପ ରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନ ସିଂ ମାଝୀ, ଅନୁପ ଦାସ, ଗୁରୁ ପ୍ରସାଦ ଛତ୍ରିଆ, ଗଜୟ ଦାସ, ଗଜେନ୍ଦ୍ର ହରିଜନ, ପ୍ରେମ ରାଜ ପାଣିଗ୍ରାହୀ, କୃତିବାସ ବରିହା, ଜଗମୋହନ ସେଠୀ ପ୍ରମୁଖ ଯୋଗଦାନ୍ ଦେଇଥିଲେ।
Edited by k.s thakur...
Tags:
bolangir daily current affairs
boy's high school
kantabanji
latest news
latest update
odisha daily current affairs
odisha news




