କଣ୍ଟାବାଞ୍ଜି ଅଟଳ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ; ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ ଲକ୍ଷ୍ମଣ ବାଗ...
କଣ୍ଟାବାଞ୍ଜି,୧୩/୦୧(ନି.ପ୍ର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଅଟଳ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Ad..
ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ନିତ୍ୟାନନ୍ଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ତୁରେକେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂଜା ବେହେରା, ଉପାଧ୍ୟକ୍ଷା ଧନ୍ମତି ଖୁରା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଢ଼,ତହସିଲଦାର ବିଶ୍ଵନାଥ ଖାଲଖୋ ଯୋଗ ଦେଇଥିଲେ।
Ad..
୧ ଏକର ରୁ ଉର୍ଦ୍ଧ୍ବ ବିସ୍ତୃତ ଏହି ବସ୍ ଷ୍ଟାଣ୍ଡରେ ଅତ୍ୟାଧୁନିକ ସମସ୍ତ ପ୍ରକାର ସୁବିଧା ରହିଛି । ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ରହିଛି ।
Ad..
ଦୁଇଟି ଏଣ୍ଟ୍ରି ଏବଂ ଏକଜିଷ୍ଟ ଗେଟ୍, ଦୁଇଟି ଟିକେଟ କାଉଣ୍ଟର, ଅଫିସର ଚେମ୍ବର, ମିଶନ ଶକ୍ତି କେଫେ ତଥା ଗାଡି ଡ୍ରାଇଭର ଓ କଣ୍ଡଟରଙ୍କ ବିଶ୍ରାମ ଗୃହ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଅଲଗା ଅଲଗା ରହିଛି।
ବସ୍ ଷ୍ଟାଣ୍ଡ ମଧ୍ୟରେ ୪ ଟି ଷ୍ଟଲ, ସ୍ୱତନ୍ତ୍ର ଗାଡି ଧୋଇବା ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଇଭି ଚାର୍ଜ, ୩ଟି ଷ୍ଟୋରେ ରୁମ, ଡିଜି ସେଟ, ପିଏ ସିଷ୍ଟମ ଘୋଷଣା କରିବା ପାଇଁ ରହିଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ବ୍ୟବସ୍ଥା ସହ ପାର୍କିଙ୍ଗ ବ୍ୟବସ୍ଥା କରଯାଇଛି ।ଏହି ବସଷ୍ଟାଣ୍ଡ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁବିଧା ଯୋଗାଇବା ସହ ୨୦୦ ରୁ ଉର୍ଦ୍ଧ୍ବ ଗ୍ରାମ, ୧୧ ଟି ଗ୍ରାମ ପଞ୍ଚାୟତକୁ ଉପକୃତ କରିବ।
Edited by k.s thakur...
Tags:
atal bus stand
bolangir daily current affairs
cm mohan Majhi
inauguration
kantabanji
latest news
latest update
minister nityanand Nayak
MLA Lakshman Bag
odisha daily current affairs
odisha news




