ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର...

ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର...

ଭୁବନେଶ୍ଵର,୨୬/୦୧ : ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ।
      Ad...
୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେଥିମଧ୍ୟରେ ଓଡ଼ିଶାରୁ ୪ ଜଣ ରହିଛନ୍ତି, ଯେଉଁମାନେ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଘୋଷଣା ହୋଇଛି। ଜନରାଜ୍ୟ ଦିବସ ପାଳନ ପୂର୍ବରୁ ଏହା ଘୋଷଣା କରାଯାଇଥାଏ।ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। 
        Ad..
ଏହି ୪ ଜଣ ବ୍ୟକ୍ତି ହେଉଛନ୍ତି ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ମହେନ୍ଦ୍ର କୁମାର ମିଶ୍ର। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ ମିଳିବ। 
Ad..
ଚରଣ ହେମ୍ବ୍ରମ୍ ହେଉଛନ୍ତି ଜଣାଶୁଣା ସାନ୍ତାଳୀ ଲେଖକ। ସେହିଭଳି ସଖୀ ନାଟ ଥିଏଟର କଳାକାର ହେଉଛନ୍ତି ସୀମାଞ୍ଚଳ ପାତ୍ର।ସୂଚନା ଯୋଗ୍ୟ; ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଏହି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ନିଜେ ଏହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିବେ। 

ସେମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ। ୨୦୨୬ ବର୍ଷ ପାଇଁ ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଛି। ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ। ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷର ତାଲିକାରେ ୧୯ ଜଣ ମହିଳା ପୁରସ୍କାରପ୍ରାପ୍ତ, ବିଦେଶୀ/ପ୍ରବାସୀ/ପିଆଇଓ/ଓସିଆଇ ବର୍ଗରୁ ୬ ଜଣ ଏବଂ ୧୬ ଜଣ ମରଣୋତ୍ତର ସମ୍ମାନ ପାଇବା ନେଇ ଘୋଷଣା ହୋଇଛି।





Edited by k.s thakur...

Post a Comment

Previous Post Next Post