ଏଣିକି ବାହାର ଠିକାଦାରଙ୍କୁ ସୁନ୍ଦରଗଡ଼ ମନା...
ସୁନ୍ଦରଗଡ଼,୨୬/୦୧ : ଏଣିକି ବାହାର ଠିକାଦାରଙ୍କୁ ସୁନ୍ଦରଗଡ଼ ମନା। ୧୦ କୋଟି ଟଙ୍କା ଅଟକଳରେ ଜିଲ୍ଲାରେ ଯାହା ବି ଉନ୍ନୟନ କାମ ହେବ, ସେଥିରେ କେବଳ ଜିଲ୍ଲାର ପ୍ରାଧିକୃତ ଠିକାଦାର ହିଁ ଟେଣ୍ଡର ପକାଇବେ।
Ad..
ରବିବାର ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସୁନ୍ଦରଗଡ଼ ଜିଲ୍ଲା ଠିକାଦାର ସଂଘର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ବାହାର ଠିକାଦାର ନିମ୍ନମାନର କାମ କରୁ ନଥିବା, ପ୍ରକଳ୍ପ କାମ ଅଧପନ୍ତରିଆ କରି ଛାଡ଼ି ପଳାଇବା ଭଳି ସ୍ଥିତି ଦେଖାଦେଇଥିବାବେଳେ ସ୍ଥାନୀୟ ଠିକାଦାର ନିଜ ଜିଲ୍ଲାର ବିକାଶରେ ନିଜ ଭାଗିଦାରୀ ଦେଇ କାମର ମାନକୁ ଉନ୍ନତ କରିବ ବୋଲି ନିଷ୍ପତ୍ତି ନେଇଥିବା ମତପ୍ରକାଶ ପାଇଥିଲା।
Ad..
ଏହି ଅବସରରେ ସରକାରଙ୍କ ନୂଆ ଟେଣ୍ଡର ନୀତିକୁ ସଂଘ ତୀବ୍ର ବିରୋଧ କରିଥିଲା। ନୂଆନୀତିରେ ଟେଣ୍ଡର୍ର ଲେସ୍ ସୀମାକୁ ଉଚ୍ଛେଦ ଓ ଅମାନତ ରାଶି ବିହୀନ କରିଦେଇଥିବାରୁ ଉନ୍ନୟନ କାର୍ଯ୍ୟ ବାଟବଣା ଓ ଠିକାଦାରଙ୍କ ମନମର୍ଜିରେ ହେବ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି।
Ad..
ତେଣୁ ନୀତିର ପୁନର୍ବିଚାର କରିବାକୁ ସଂଘ ଦାବି କରିବା ସହ ନିର୍ଦ୍ଧାରିତ ମୂଲ୍ୟରେ କାମ କରିବା, କାମର ମାନ ଠିକ୍ ରଖିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି।ଯୁବ ସଦସ୍ୟ ସୁମନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ଯୋଗଦେଇ ସଂଘର ନିଷ୍ପତ୍ତି ଓ ଦାବିକୁ ସରକାରଙ୍କ ଦୃଷ୍ଟିକୁ ନେବେ ବୋଲି କହିବା ସହ ସଂଘଗୃହ ପାଇଁ ପାଣ୍ଠି ଯୋଗାଇଦେବାକୁ ପ୍ରତିିଶ୍ରୁତି ଦେଇଥିଲେ।
ବୈଠକରେ ଇଂ ଦିଲୀପ ପଟେଲ, ଆଇନଜୀବୀ ତଥା ଜିଲ୍ଲା ବିଜେପି ସଭାପତି ଗିରୀଶଚନ୍ଦ୍ର ସାହୁ, ବିଜେପି ନେତା ବଟକିଶୋର ମିଶ୍ର, ସୁନୀଲ ପଟେଲ, ଉମେଶ ସାହୁ, ନେପାଳ ସାହୁ, ପ୍ରଶାନ୍ତ ବିଶି, ଯଶବନ୍ତ ନାଏକ, ଅଶ୍ୱିନୀ ନାଏକ, ଲକ୍ଷ୍ମଣ ପୁରୋହିତ, ମୋହନ ପଟେଲ...
ପ୍ରଶାନ୍ତ ପଟେଲ, ପୃଥ୍ବୀରାଜ ପଟ୍ଟନାୟକ, ଜୟନ୍ତ ନାଏକ, ଆଇନଜୀବୀ ଉମାଶଙ୍କର ପଟେଲ ପ୍ରମୁଖ ଯୋଗଦେଇ ଜିଲ୍ଲାର ଠିକାଦାରଙ୍କ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଉପଖଣ୍ଡସ୍ତରୀୟ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା।
Edited by k.s thakur...
Tags:
contractors
latest news
latest update
odisha daily current affairs
odisha news
out side not allowed
sundargarh




