ଫେବୃୟାରୀ ୨୮ ରୁ ମାର୍ଚ୍ଚ ୧ ପଦ୍ମପୁର ରେ ହେବ ବୈଦିକ ଯଜ୍ଞ ଚୂଡାନ୍ତ ପ୍ରସ୍ତୁତି ଶେଷ...

ଫେବୃୟାରୀ ୨୮ ରୁ ମାର୍ଚ୍ଚ ୧ ପଦ୍ମପୁର ରେ ହେବ ବୈଦିକ ଯଜ୍ଞ ଚୂଡାନ୍ତ ପ୍ରସ୍ତୁତି ଶେଷ...


ବରଗଡ଼,୨୫/୦୧(ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା ଆର୍ଯ୍ୟ ସମାଜ ର ବାର୍ଷିକ ଉତ୍ସବ ଉପଲକ୍ଷେ ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ରେ ଆସନ୍ତା ଫେବୃୟାରୀ ୨୮ ଓ ମାର୍ଚ୍ଚ ୧ ଦୁଇ ଦିନ ଧରି ୧୫୧ କୁଣ୍ତୀୟ ବୈଦିକ ବିଶ୍ଵଶାନ୍ତି ବୈଦିକ ଯଜ୍ଞ ଅନୁଷ୍ଟିତ ହେବ।

         Ad..


ଏଥି ପାଇଁ ବରଗଡ଼ ରାଣାପ୍ରତାପ ସ୍କୁଲ ପଡିଆ ରେ ଜିଲ୍ଲା ସଭାପତି ପୂର୍ନାନନ୍ଦ ଶାସ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି।ଏହି ବୈଠକ ରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ,ବରଗଡ଼ ଟାଉନ ଆର୍ଯ୍ୟ ସମାଜ  ସଭାପତି ପଣ୍ଡିତ ଗୋପବନ୍ଧୁ ପୁରୋହିତ...

       Ad..


ଅଶୋକ ମେହେର,ପୀତାମ୍ବର ସାହୁ,ବୈଶାଖୁ ସେଠ,ଲଳିତ ମୋହନ ସା ପାଣ୍ଡବ ବାରିକ,ବାଙ୍କା ବିହାରୀ ଭୋଇ,ଲଳିତ କୁମାର ସାହୁ,ବିଶ୍ଵନାଥ ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ ବ୍ଲକ ର ନେତ୍ରୁ ସ୍ଥାନୀୟ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟ କ୍ରମ ର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

Ad..


ଏହି ବୈଠକ ରେ ବରଗଡ଼ ଜିଲ୍ଲା ର ସମସ୍ତ ଆର୍ଯ୍ୟ ସମାଜୀ ଓ ବେଦ ପ୍ରେମୀ ଉକ୍ତ ଯଜ୍ଞ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଆହ୍ବାନ ଦିଆ ଯାଇଥିଲା ।ଏଥି ସହିତ ଉକ୍ତ ବିଶ୍ଵ ଶାନ୍ତି ବୈଦିକ ଯଜ୍ଞ ରେ ୟଜମାନ ହେବାକୁ ଆଗ୍ରହୀ ଥିବା ବ୍ୟକ୍ତି ବିଶେଷ ବରଗଡ଼ ଜିଲ୍ଲା ଯଜ୍ଞ କମିଟି  ସହିତ ଯୋଗାଯୋଗ କରିବାକୁ ନିବେଦନ କରାଯାଇଥିଲା ।ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ସଂପାଦକ ରାଜ କୁମାର ବରାଡ ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post