କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ରକ୍ତଦାନ ଶିବିର...
କଣ୍ଟାବାଞ୍ଜି,୨୫/୦୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଶ୍ରୀ ହରି ଭବନ ଠାରେ ରବିବାର କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ, ସଂମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଡ଼, କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁ ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିଲେ।
Ad..
ଏହି ଶିବିରରେ ମୁଁ ନିଜେ ପ୍ରଥମେ ରକ୍ତ ଦେବି କହି ବିଧାୟକ ଶ୍ରୀ ବାଗ ରକ୍ତ ଦାନ କରିଥିଲେ।ପରେ ପରେ କମିଟିର ଅନେକ ସଦସ୍ୟ ରକ୍ତ ଦାନ କରିଥିଲେ। ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
Ad..
ଓଡ଼ିଶା ରକ୍ତ କେନ୍ଦ୍ର କଣ୍ଟାବାଞ୍ଜି ପକ୍ଷରୁ କୁନାଲ ଦାସ, ଗୁରୁବାରୁ ରଣା, ଶିବ ସାହୁ, ପ୍ରଶାନ୍ତ ସାହୁ, ବିଶ୍ୱଜିତ ଦେବତା, ପ୍ରମୁଖ ରକ୍ତ ସଂଗ୍ରହ କରିବା ରେ ସହଯୋଗ କରିଥିଲେ। କମିଟି ପକ୍ଷରୁ ସଂପାଦକ ବେଦ ବ୍ୟାସ ନାଗ,ରୋହନ ମହତ, ନିଶିକାନ୍ତ ମହାପାତ୍ର, ମୋହନ ସୁନା, ଦେବରାଜ ସିଂ, ରାଜୁ ଶର୍ମା, ସଞ୍ଜୟ ଗାନ୍ଧୀ...
ପ୍ରକାଶ ପଧାନ, ସୋମନାଥ ସାହୁ, ଦିନେଶ ମହାନନ୍ଦ, ରାଜୁ ବାରିକ, ତୁଳସୀ ଜଗତ, କୈଳାଶ ଦୀପ, ରାଜେନ୍ଦ୍ର ବେହେରା, ରଶ୍ମି ରଞ୍ଜନ ପୁଟେଲ ସହଯୋଗ କରିଥିଲେ। ଶେଷରେ ମାଟିର ମହୋତ୍ସବର ମୁଖ୍ୟ ସଂଯୋଜକ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।
Edited by k.s thakur...
Tags:
blood donation camp
kantabanji
latest news
latest update
matir mahotsav committee
odisha daily current affairs
odisha news




