ବନମାଳୀ ପୃଷ୍ଟିଙ୍କ ପରଲୋକ...

ବନମାଳୀ ପୃଷ୍ଟିଙ୍କ ପରଲୋକ...


ମୁରିବାହାଲ,୨୫/୦୧ (ଶଙ୍କର ମାଝୀ ):ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟବସାୟୀ ବନମାଳୀ ପୃଷ୍ଟି (୮୬)ଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି। 

     Ad..


ସେ ଦୀର୍ଘ ଦିନରୁ ଶାରୀରିକ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପୃଷ୍ଟି, ସାନପୁଅ ବ୍ୟବସାୟୀ ସନ୍ତୋଷ କୁମାର ପୃଷ୍ଟି, ଝିଅ ଝୁନୁବାଳା ପୃଷ୍ଟିଙ୍କ ସହ ଦୁଇ ବୋହୂ, ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ସମସ୍ତ ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।

      Ad..


ପରଲୋକ ଖବର ପାଇ ମୁରିବାହାଲ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ବରିଷ୍ଠ ବିଜେଡି ନେତା ଗିରିରାଜ୍ ସିଂ ମାଝୀଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। 

Ad..


ସେ ଜଣେ ଅମାୟିକ ଓ ଧାର୍ମିକ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବଡପୁଅ ଦିଲ୍ଲୀପ କୁମାର ପୃଷ୍ଟି ମୁଖାଗ୍ନି ଦେଇଥିଲେ।



Edited by k.s thakur...

Post a Comment

Previous Post Next Post