ଶିକ୍ଷକ ସୁରୁମଣି ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା...
କଣ୍ଟାବାଞ୍ଜି,୩୧/୦୧: ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ କେନ୍ଦ୍ର ଅଧିନସ୍ଥ ଗଞ୍ଜାଉଡାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରୁମଣି ମେହେର ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଶିକ୍ଷକତା ଚାକିରୀରୁ ଅବ୍ୟାହତି ନେଇଥିଲେ।
Ad..
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ ହଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଵିଦାୟ କାଳୀନ ଅବସର ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ସୁରୁମଣି ମେହେର, ଅତିଥି ଭାବରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଥିଲେ।
Ad..
ଶିକ୍ଷକ ନିହିରୁ ତାଣ୍ଡୀ ସଭା ପରିଚାଳନା କରିଥିଲେ।ଶିକ୍ଷକତା ଚାକିରି ସମାଜ ଗଠନରେ ସହାୟକ ହୋଇଥାଏ ଯାହାକି ଶ୍ରୀ ମେହେର ତାଙ୍କର କର୍ତ୍ତବ୍ୟ ମାଧ୍ୟମରେ ପ୍ରମାଣିତ କରି ପାରିଛନ୍ତି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।
Ad..
ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ କମିଟିର ସଭ୍ୟସଭ୍ୟା ଶ୍ରୀ ମେହେରଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।ତାପରେ ଗ୍ରାମବାସୀ ସଂକିର୍ତ୍ତନ୍ୟ କରି ଗ୍ରାମ ପରିକ୍ରମା କରିଥିଲେ।
ପରେ ତୁରେକେଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶିକ୍ଷା ଅଧିକାରୀ ଗୌତମ ପଟେଲ ଶ୍ରୀ ମେହେରଙ୍କୁ ସେବା ନିବୃତ୍ତ ଚିଠି ପ୍ରଦାନ କରିଥିଲେ।
Edited by k.s thakur...
Tags:
kantabanji
latest news
latest update
odisha daily current affairs
odisha news
prime school
retirement
teacher
turekela




