ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ...
ମୁରିବାହାଲ,୩୧/୦୧(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବହୁ ଧୂମଧାମର ସହ ପାଳନ କରାଯାଇଛି।
Ad..
ସ୍କୁଲ ଭାରାପ୍ରାସ୍ତ ପ୍ରଧାନ ଶିକ୍ଷକ ହେମନ୍ତ ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସ୍କୁଲ କିରାଣୀ ଓଷ୍ଟା ଜିଲ୍ଲା ସଭାପତି ପ୍ରଦିପ ପୁଟେଳ ଙ୍କ ସଂଯୋଜନା ରେ ଳୋକ ସଭା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରି ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗି ପୁରସ୍କାର ବିତରଣ କରିଥିଲେ।
Ad..
ସମ୍ମାନିତ ଅତିଥି ରୂପେ ସାମ୍ବାଦିକ ଭଗବାନ ମହାନ୍ତି,ମୁରିବାହାଲ ପଞ୍ଚାୟତ ର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ମୁଖ୍ୟ ବକ୍ତା ପୂର୍ବତନ ପ୍ରଧାନଶିକ୍ଷକ ପିତବାସ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଶୁନିଳ କୁମାର ପାତ୍ର,ଆଳମୁନୀ ସଭାପତି ଘନଶ୍ୟାମ ଖମାରି ଶିକ୍ଷକ ବିକ୍ରମ ପୁରୋହିତ ପ୍ରମୁଖ ମଞ୍ଚାସିନ ଥିଲେ।
Ad..
ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ର ସଭାପତି ପ୍ରଫୁଲ୍ଲ କୁମାର ବଘାର ଏବଂ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ର ସଭାପତି ଦୁର୍ଗା ନନ୍ଦ ମହାକୁର ଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଯାଇଥିଲା।
ଏହି ପରିପେକ୍ଷି ରେ ଏସ ,ଏମ,ଡି,ସି ର ସଦସ୍ୟ ଅଗସ୍ତି ବଘାର,ଲକ୍ଷ୍ମୀ କାନ୍ତ ଧରୁଆ,ସୁଦାମ ବଘାର,ନିଆଜ ମହମ୍ମଦ, ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।ପ୍ରଦିପ ପୁଟେଳ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଚକ୍ରଧର ଭୋଇ ଙ୍କ ପରିଚାଳନାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ନୀତି ଶିକ୍ଷା ଉପରେ ଆଧାରିତ ସୁନ୍ଦର ନାଚ ପରିବେଷଣ ହୋଇଥିଲା । ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ଛାତ୍ର , ଛାତ୍ରୀ, ଅବିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ,ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ,ର ଶିକ୍ଷକ ମନୋଜ କୁମାର ସ୍ବାଇଁ, ବିକାଶ ସତନାମି, ହିନ୍ଦୀ ଶିକ୍ଷୟତ୍ରୀ ଦିପସ୍ତି ମୟୀ ଲେଙ୍କା,ରିଚେଳ ନାଗ,ମିତେଷ ତାଣ୍ଡି, ଶିଶିର ବୈଠାରୁ,କଳାକାହ୍ନୁ ରଣା,ପିଅନ ସୁରେଶ ମହାକୁର,ସୁନିଳ ବାରିକ,ରାତ୍ରଯୋଗୁଆଲି କୃପାସିନ୍ଧୁ ବାଗ,ସହ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Edited by k.s thakur...




