ଜେଏମଡି ସ୍କୁଲର ତୃତୀୟ ବାର୍ଷିକୀ ଉତ୍ସବ ଅନୁଷ୍ଠିତ...
ସିନ୍ଧେକେଲା,୩୧/୦୧(ନି.ପ୍ର): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ସିନ୍ଧେକେଲା ସ୍ଥିତ (ଜେଏମଡି) ଜୟ ମାଁ ଦ୍ୱାରସେହ୍ନୀ ଇଂଲିଶ ମିଡିଅମ ସ୍କୁଲର ତୃତୀୟ ବାର୍ଷିକୀ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
Ad..
ସ୍କୁଲ ଅଧ୍ୟକ୍ଷ ନିତେଷ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ମୁଖ୍ୟ ବକ୍ତା ଭାବେ ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ରଥ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକ...
Ad..
ଓଡ଼ିଶା ୟୂନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ, ସ୍କୁଲ ପରିଚାଳନା କମିଟିର ସଭାପତି ସୁରେଶ କୁମାର ସାହୁ, ଡାଇରେକ୍ଟର ଏକାଡେମିକ ତଥା ଉପଦେଷ୍ଟା ଗଣପତି ସାହୁ, ସ୍କୁଲ ପ୍ରତିଷ୍ଠାତା ଅନିଲ ଜୈନ ପ୍ରମୁଖ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀ ଙ୍କ ଠାରେ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିବାସହ ଉକ୍ତ ସ୍କୁଲର ମଙ୍ଗଳ କାମନା କରିଥିଲେ।
Ad..
ସ୍କୁଲ ନିର୍ଦ୍ଦେଶକ ଗଣପତି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ରଥ ଇଂଲିସ ମିଡିଅମ ସ୍କୁଲର ବର୍ତ୍ତମାନ ସମୟର ଆବଶ୍ୟକତା ଉପରେ ବିସ୍ତୃତ ଭାବେ ନିଜ ବକ୍ତବ୍ୟ ରଖିଥିଲେ।
ଏହି ଉତ୍ସବରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ ତଥା ଅତିଥି ମାନଙ୍କୁ ବେଶ୍ ମନ ମୁଗ୍ଧ କରିଥିଲା। ଶିକ୍ଷୟିତ୍ରୀ ବୈଶାଖୀ ସାହୁ, ଅଙ୍କିତା ପଣ୍ଡା, ସୁଜାତା ସିହ୍ନା ପ୍ରମୁଖ ମଞ୍ଚପରିଚାଳନା କରିଥିଲେ।
ଶିକ୍ଷକ ମାନସ ସାହୁ, ସିମାଞ୍ଚଲ ସାହୁ, ହିମାଂଶୁ ସାହୁ, ଶିକ୍ଷୟିତ୍ରୀ ରଞ୍ଜିତା କୁମାରୀ ଦୁବେ, ପ୍ରତିମା ଷଡ଼ଙ୍ଗୀ, ସୌଭାଗ୍ୟ ସାହୁ, ସସ୍ମୀତା ନାଗ, ଶେଫାଳୀ ସିଂଦେଓ, ଆରତୀ ବେହେରା ତଥା କର୍ମଚାରୀ ପଞ୍ଚା ମହାନନ୍ଦ, ସୁଧାଂଶୁ ଛୁରା,ଗରେସ ମହାନନ୍ଦ, ଅନିତା ସାହୁ,ପୁଷ୍ପା ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ।
Edited by k.s thakur...
Tags:
annual function
jmd School
latest news
latest update
odisha daily current affairs
odisha news
sindhekela




