ବାହାର ଜିଲ୍ଲା ମିଲରଙ୍କୁ ମିଳିବ ଅନୁମତି : ଯୋଗାଣ ମନ୍ତ୍ରୀ...

ବାହାର ଜିଲ୍ଲା ମିଲରଙ୍କୁ ମିଳିବ ଅନୁମତି : ଯୋଗାଣ ମନ୍ତ୍ରୀ...


ଭଦ୍ରକ,୩୧/୦୧(ନି.ପ୍ର): ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ ସରକାର, କାହାରି ବି ଟୋକନ ଲାପ୍‌ସ କରିବ ନାହିଁ ବୋଲି କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଭଦ୍ରକ ଜିଲା ଗସ୍ତରେ ଆସି ମନ୍ତ୍ରୀ ଆଜି ଜିଲାପାଳଙ୍କ କାର୍ଯ୍ଯାଳୟରେ ଧାନକିଣା ନେଇ ସମୀକ୍ଷା ବୈଠକ କରିଥିଲେ।

          Ad..


ବୈଠକ ପରେ ଗଣମାଧ୍ଯମକୁ ମନ୍ତ୍ରୀ କହିଥିଲେ ଯେ, ରାଜ୍ଯରେ ଧାନକିଣା ଏଥରକ ୪-୫ ଦିନ ବିଳମ୍ବରେ ଆରମ୍ଭ ହୋଇଛି। କିନ୍ତୁ ସୁରୁଖୁରୁରେ ଚାଷୀଙ୍କ ଠାରୁ ଧାନ ନିଆଚାଲିଛି।ବର୍ତମାନ ସୁଦ୍ଧା ସାରା ରାଜ୍ଯରେ ଚାଷୀଙ୍କ ଠାରୁ ୪୦ଲକ୍ଷ ମାଟ୍ରିକ ଟନ ଧାନ କିଣା ସରିଛି। ସମସ୍ତ ଧାନ କିଣା ବାବଦକୁ ୯ହଜାର କୋଟି ଟଙ୍କା ଚାଷୀଙ୍କୁ ଦିଆ ସରିଲାଣି।

          Ad..


କଟ୍‌ନି ଛଟ୍‌ନିର ଅଭିଯୋଗ ବିଶେଷ କିଛି ନାହିଁ।ଯେଉଁଠୁ ନିର୍ଦିଷ୍ଟ ଅଭିଯୋଗ ମିଳିବ କାର୍ଯାନୁଷ୍ଠାନ ହେବ ବୋଲି କହିଥିଲେ ମନ୍ତ୍ରୀ।ଭଦ୍ରକ ଜିଲାରେ ଧାନକିଣା ବାବଦରେ ମନ୍ତ୍ରୀ କହିଥିଲେ ଯେ, ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଗହଣରେ ଜିଲାର ଧାନକିଣା ସମୀକ୍ଷା କରିଛି।

Ad..


ବର୍ତମାନ ସୁଦ୍ଧା ଜିଲାରୁ ୨ଲକ୍ଷ ୭୧ହଜାର କ୍ବିଣ୍ଟାଲ ଧାନ କିଣା ସରିଛି। ୯ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ମଣ୍ଡିରୁ ଧାନ ମିଲର ଉଠାଉନଥିବା ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ଭଦ୍ରକ ଜିଲାର ମିଲରଙ୍କ ସଂଖ୍ଯା ମାତ୍ର ୨୨ । ଆଜି ସମୀକ୍ଷା ବୈଠକରେ ବାହାର ଜିଲାର ମିଲରଙ୍କୁ ଭଦ୍ରକରେ ନିୟୋଜନ ବାବଦରେ ଚର୍ଚା ହୋଇଛି। 

ଜିଲାର ମିଲର ସବୁ ଧାନ ଉଠାଇବା ସମ୍ଭବ ହେଉନାହିଁ।ବାହାର ଜିଲାର ମିଲର ଉକ୍ତ ଜିଲାରୁ ଧାନ ଉଠାଇ ସାରିବା ପରେ ଭଦ୍ରକ ଆସିବେ।କିଛି ଚାଷୀଙ୍କୁ ଧାନ ବିକିବାର ସପ୍ତାହ ପରେ ମଧ୍ୟ ପ୍ରାପ୍ଯ ମିଳିନଥିବା ଅଭିଯୋଗରେ ମନ୍ତ୍ରୀ କହିଥିଲେ ଯେ, ୨୦୨୨ ମସିହାରୁ ବି କିଛି ଚାଷୀ ପ୍ରାପ୍ଯ ପାଇନଥିଲେ। 

ଆମ ବିଭାଗ ସେମାନଙ୍କୁ ଦେଇସାରିଛି। ଏବେ ଯଦି ନିର୍ଦିଷ୍ଟ ଅଭିଯୋଗ ମିଳେ ତାର କାରଣ ସମ୍ପର୍କରେ ଅନୁଧ୍ଯାନ କରାଯାଇ ତୁରନ୍ତ ସମାଧାନ କରାଯିବ। 

ଅପରପକ୍ଷେ ଜିଲାର ମିଲର ସଂଖ୍ଯା ବଢିବା ଜରୁରି ବୋଲି ଦର୍ଶାଇଥିଲେ ଯୋଗାଣମନ୍ତ୍ରୀ।ଯୁବ ଉଦ୍ଯୋଗୀମାନେ ଏ ଦିଗରେ ଆଗଭର ହେଲେ ସରକାର  ୫୦ପ୍ରତିଶତ ସବ୍‌ସିଡ଼ି ଦେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।



Edited by k.s thakur...

Post a Comment

Previous Post Next Post