ଅଭିନୟ ପାଇଁ ଓଡ଼ିଶାରୁ ସ୍ଥାନ ପାଇଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି ର ଛାତ୍ର...
ବରଗଡ଼,୩୧/୦୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଆଦର୍ଶ ବିଦ୍ୟାଳୟ ର ଛାତ୍ର ନେସନାଲ ସ୍କୁଲ ଅଫ ଡ୍ରାମା ନ୍ଯୁଦିଲ୍ଲି ରେ ସ୍ଥାନ ପାଇଲେ। ନର୍ସରୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରୀଅରବିନ୍ଦ ବିଦ୍ୟାଳୟ ପାଦମପୁର ଠାରେ ଓ ଷଷ୍ଠ ରୁ ଦ୍ୱାଦଶ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ବାନ୍ଦୁପାଲି , ପାଦମପୁର ରେ ପାଠ ପଢ଼ିଛନ୍ତି।
Ad..
ବରଗଡ଼ ଜିଲ୍ଲା ର ଜଣେ ଛାତ୍ର ହିସାବରେ ଏନ୍ ଏସ ଡି ରେ ସ୍ଥାନ ପାଇଥିବାରୁ କଳାକାର ମହଲରେ ଖୁସି ଦେଖାଦେଇଛି। ଛୋଟ ସମୟରୁ ଅଭିନୟ ପାଇଁ ରୁଚି ରଖିଥିବା ଶୁଭ୍ରାଂଶୁ ସରାଫ ପରବର୍ତି ସମୟରେ ନାଟ୍ୟକାର ଗୁରୁଶ୍ରୀ କେଶ ରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର ଙ୍କ ନିର୍ଦ୍ଦେଶନାରେ ନାଟକ ପ୍ରତି ଆକର୍ଷିତ ହୋଇ ଅଭିନୟ କରିଥିଲେ।
Ad..
ପାଠ ପଢିବା ସହ ନାଟକ ଗୁଡ଼ିକ ରେ ଅଭିନୟ କରି ସଫଳତା ର ପାହାଚ ଚଢିଥିଲେ।ପଦ୍ମପୁର ଓ ଅବର୍ଣ୍ଣୀଗୁଣା ନାଟ୍ୟ ସଂସ୍ଥା ରେ ଅଭିନୟ କରି ପଦ୍ମପୁର, ଜିଲ୍ଲା ତଥା ରାଜ୍ୟର ଓ ଅନେକ ଜାତୀୟ ଥିଏଟର ମହୋତ୍ସବରେ ଅଭିନୟ ପରିବେଷଣ କରି ପ୍ରତିଷ୍ଠିତ ଅଭିନୟ କରିଥିଲେ ଶେଷରେ ତାଙ୍କ ଅଭିନୟ ଜୀବନ ହୋଇ ନୂଆ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନ୍ ଏସ ଡି) ରେ ପ୍ରବେଶ କରିପାରିଛନ୍ତି।
Ad..
ଓଡ଼ିଶା ରୁ ନାଟ୍ୟ ଅଭିନୟ ଖେତ୍ର ରେ ଚୟନ ହୋଇ ତିନିମାସ ଧରି ଅଧ୍ୟୟନ ପାଇଁ ଉପଯୁକ୍ତ ଚୟନ ହୋଇଛନ୍ତି। ତାଙ୍କ ସଫଳତା ପାଇଁ ତାଙ୍କ ପିତା ସଚିନ୍ ସରାପ, ମାତା ଆରତୀ ସରାପ, ବଡ଼ ବାପା ହୃଦାନନ୍ଦ ସରାଫ ଓ ବଡ଼ ମା ମୀନା ସରାଫ ଙ୍କ ଆଗ୍ରହ ଓ ଗୁରୁଜନଙ୍କ ଆଶିର୍ବାଦ ସହ ବିଭିନ୍ନ ନାଟକ ଅନୁଷ୍ଠାନ ର ସହଯୋଗ ସଫଳତା ଆଣିଦେଇଛି ବୋଲି ଶୁଭ୍ରାଂଶୁ କହିଛନ୍ତି।
ତାଙ୍କ ସଫଳତା ପାଇଁ ସୁନାରୀ ସମାଜ ବିଭିନ୍ନ ଅନୁଷ୍ଠାନ, ଶିକ୍ଷକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଶୁଭ୍ରାଂଶୁ ବରଗଡ଼ ଜିଲ୍ଲା ଓ ଓଡ଼ିଶାର ଏକ ମାତ୍ର ଛାତ୍ର ଭାବରେ ଏନ୍ ଏସ ଡି ରେ ନାଟକ ଅଭିନୟ ପାଇଁ ସ୍ଥାନ ପାଇଛନ୍ତି।
Report : Bijay ku sahu
Edited by k.s thakur...




