ଡ଼ଙ୍ଗରବୁଢ଼ା କ୍ରିକେଟ କପ ଉଦଯାପିତ : ଗଡ଼ଗଡ଼ବାହାଲ କୁ ହରାଇ ଘଣ୍ଟବାହାଲ ବିଜୟ...

ଡ଼ଙ୍ଗରବୁଢ଼ା କ୍ରିକେଟ କପ ଉଦଯାପିତ : ଗଡ଼ଗଡ଼ବାହାଲ କୁ ହରାଇ ଘଣ୍ଟବାହାଲ ବିଜୟ...


ମୁରିବାହାଲ,୨୩/୦୧ (ଶଙ୍କର ମାଝୀ) : ବଲାଙ୍ଗୀର  ଜିଲ୍ଲା ମୁରିବାହାଲ ବ୍ଲକ ମଖାପାଲି ଡ଼ଙ୍ଗରବୁଢ଼ା କ୍ରିକେଟ ସଂଘ ପକ୍ଷରୁ ଆୟୋଜନ ହେଇଥିବା କ୍ରିକେଟ ମ୍ୟାଚ  ଉଦଯାପିତ ହୋଇଯାଇଛି। 

Ad..


ଉଦଯାପିତ ଦିବସରେ ଗଡ଼ଗଡ଼ବାହାଲ ଓ ଘଣ୍ଟବାହାଲ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଘଣ୍ଟବାହାଲ କ୍ରିକେଟ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ୱିକେଟ୍ ହରାଇ ୧୮୯ ରନ୍ କରିଥିଲେ। ଘଣ୍ଟବାହାଲ ଦଳ ପକ୍ଷରୁ ଅରୁଣ  ୨୧ ବଲରେ ୫୮ ରନ୍, ସୁମନ୍ତ ୨୦ ବଲରେ ୫୫ ରନ୍, ପିଣ୍ଟୁ  ୧୩ ବଲରେ ୩୬ ରନ୍ କରିଥିଲେ। 

Ad..


ଗଡ଼ଗଡ଼ବାହାଲ ଦଳ ପକ୍ଷରୁ ଶ୍ରୀତମ ସର୍ବାଧିକ ୩ଟି ୱିକେଟ୍,ମମତାଜ ୨ଟି, ଭବାନୀ ଓ ଦିଲୀପ ଗୋଟିଏ ଲେଖା ୱିକେଟ୍ ହାସଲ କରିଥିଲେ । ପ୍ରତି ଉତ୍ତରରେ ଗଡ଼ଗଡ଼ବାହାଲ ୧୧. ୨ ଓଭରରେ ସମସ୍ତ ୱିକେଟ୍ ହରାଇ  ୧୧୬ ରନ୍ କରି ପରାଜିତ ହୋଇଥିଲେ।

Ad..


ପରାଜିତ ଦଳ ପକ୍ଷରୁ ମନୋଜ ୨୨ ବଲରେ ୩୫ ରନ୍, ମମତାଜ ୯ ବଲରେ ୨୨ ରନ୍, ଟିଙ୍କୁ ୯ ବଲରେ ୧୩ ରନ୍ କରିଥିଲେ । ବିଜୟୀ  ଦଳ ପକ୍ଷରୁ ରାଜୀବ ଓ କୁମର ସର୍ବାଧିକ ୩. ୩ଟି ୱିକେଟ୍, ଟୁନା ୨ଟି ,  ଅର୍ଜୁନ ଓ ରାହୁଲ ଗୋଟିଏ ଲେଖା  ହାସଲ କରି ବିଜୟ ଲାଭ କରିଥିଲେ।ଉକ୍ତ ମ୍ୟାଚକୁ ବରିଷ୍ଠ ବିଜେଡି ନେତା ଗିରିରାଜ ସିଂ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ବିଷ୍ଣୁ ଜୁଆଡ଼, ଯଇତାରୀ ଭୋଇ, ୱାର୍ଡ ମେମ୍ବର କଦମ ଭୋଇ, ବିଷ୍ଣୁ ପ୍ରସାଦ ସାହୁ, ବ୍ଲକ ବିକାଶ ମଞ୍ଚ ରୁ ବ୍ରଜେଶ୍ୱର ସାହୁ,କୁଳୁରାମ ସାହୁ ଦେବେନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଖେଳାଳି ମାନଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରିଥିଲେ। 

ଆୟୋଜକ କମିଟିର ପୁଷ୍ପରାଜ ଭୋଇ, ମଳଜୟ ଛୁରା, ଦେବାରଚନ ସାହୁ, ମୁକେଶ ସାହୁ, ରବୀନ୍ଦ୍ର ସାହୁ, ଭବାନୀ ବନଛୋର, ଗୋବିନ୍ଦ ସାହୁ, ଅଶୋକ ସାହୁ, ଗଣେଶ ସାହୁ, ଅଙ୍କିତ ସାହୁ, ଲୁଦ୍ର ସାହୁ, ସମନାଥ ଛୁରା, ହୃଦା ସାହୁ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post