ଗୋଇମୁଣ୍ଡ ମାଁ ବସ୍ତ୍ରେନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ...
ମୁରିବାହାଲ,୨୩/୦୧(ଶଙ୍କର ମାଝୀ) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଖେଳପଡ଼ିଆ ଠାରେ ୟଙ୍ଗଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ମାଁ ବସ୍ତ୍ରେନ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି।
Ad..
ଝରିଆଲ ଏବଂ କୁମୁଡା ଦଳ ମଧ୍ୟରେ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ଖେଳାଯାଇଥିଲା ।ନିର୍ଦ୍ଧାରିତ ଓଭରରେ କୁମୁଡ଼ା ଦଳ ୧୦୪ ରନ ସଂଗ୍ରହ କରିଥିବା ବେଳେ ଝରିଆଲ ଦଳ ୪ ୱିକେଟରେ ବିଜୟୀ ହୋଇ ପ୍ରତିଯୋଗିତାର ଚାମ୍ପିୟାନ ହୋଇଥିଲା।
Ad..
ତେଜରାଜ ସରାଫ ଏବଂ ସମୀର ସାହୁ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ଜିଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝୀ,ସମ୍ମାନିତ ଅତିଥି ଅବସରପ୍ରାପ୍ତ ପୋଲିସ ଅଧିକାରୀ ମହିଧର ଭୋଇ,ଦିଗାମ୍ବର ସାହୁ, ସାମ୍ବାଦିକ ଅଶୋକ ନାରାୟଣ ଭୋଇ,ପିଙ୍କି ଖର୍ସେଲ,ବିଷ୍ଣୁ ଜୁଏଡ଼,ମିନିକେତନ ସାହୁ,ବିନୋଦ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ପୁରସ୍କାର ବିତରଣୀ ଉତ୍ସବରେ ପ୍ରତିଯୋଗିତାର ଚମ୍ପିୟାନ ଏବଂ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା ।।ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଦିଲିପ ସାହୁ,ଆଶିଷ ଭୋଇ,ରିବୁଲ ସାହୁ,ଫକୀର ସାହୁ,ସମୀର ସାହୁ,ବସନ୍ତ ସାହୁ,ଅମର ଭୋଇ ପ୍ରମୁଖଙ୍କ ଆୟୋଜନ କମିଟିର ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।
Edited by k.s thakur...
Tags:
cricket tournament
goimund
latest news
latest update
muribahal
odisha daily current affairs
odisha news




