ମୁରିବାହାଲ ଥାନାରେ ନୂତନ ଆଇଆଇସି ରୂପେ ବୁଲୁ ମୁଣ୍ଡାଙ୍କ ଯୋଗଦାନ...

ମୁରିବାହାଲ ଥାନାରେ ନୂତନ ଆଇଆଇସି ରୂପେ ବୁଲୁ ମୁଣ୍ଡାଙ୍କ ଯୋଗଦାନ...


ମୁରିବାହାଲ,୨୩/୦୧(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାର ନୂତନ ଆଇଆଇସି ରୂପେ ବୁଲୁ ମୁଣ୍ଡା ଦାୟିତ୍ଵ ଗ୍ରହଣ କରିଛନ୍ତି।ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ ଥିଲେ।

        Ad..


ମୁରିବାହାଲ ଥାନାରେ ଆଇଆଇସି ଥିବା ସନାତନ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି। ଶ୍ରୀ ସାହୁ  ଗତ ୧୨/୦୮/୨୫ ରେ ମୁରିବାହାଲ ଥାନାରେ ଆଇଆଇସି ରୂପେ ଯୋଗ ଦେଇଥିଲେ।ନୂତନ ଆଇଆଇସି ରୂପେ ଯୋଗ ଦେଇଥିବା ଶ୍ରୀ ମୁଣ୍ଡା ସମସ୍ତଙ୍କ ସହଯୋଗରେ ପୂର୍ବଭଳି ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତିକୁ ବ୍ୟବସ୍ଥିତ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

        Ad..


ମୁରିବାହାଲ ବ୍ଲକର ୧୭ଟି ପଞ୍ଚାୟତକୁ ନେଇ ୨୦୧୬ମସିହା ଡିସେମ୍ବର ୨୦ତାରିଖରେ ମୁରିବାହାଲ ଥାନା ଗଠିତ ହୋଇଥିବା ବେଳେ ଏବେ ନୂତନ କୋଠାରେ ଥାନା କାର୍ଯ୍ୟ ଚାଲିଛି।ଶ୍ରୀ ମୁଣ୍ଡା ଥାନା ଆଇଆଇସି ରୂପେ ଯୋଗଦେବା ପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀ ସ୍ଵାଗତ କରିଥିଲେ।

Ad..


ନୂତନ ଆଇଆଇସି ଶ୍ରୀ ମୁଣ୍ଡାଙ୍କୁ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି,କାର୍ଯ୍ୟକାରୀ ସଭାପତି ଖଗେଶ୍ବର ସାହୁ,ଉପସଭାପତି ଗିରିଧାରୀ ସାହୁ,ପ୍ରେମାନନ୍ଦ ତାଣ୍ଡିଙ୍କ ସହ ସମସ୍ତ କର୍ମକର୍ତ୍ତା ସୌଜନ୍ୟମୂଳକ ସାକ୍ଷାତ କରି ଥାନା ଅଞ୍ଚଳର ଆଇନଶୃଙ୍ଖଳା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।



Edited by k.s thakur...

Post a Comment

Previous Post Next Post