୨୮ ତାରିଖ ଓଡିଶା ବନ୍ଦକୁ ସମର୍ଥନ କଲା କଂଗ୍ରେସ...
ଭୁବନେଶ୍ଵର,୨୭/୦୧ : ଆସନ୍ତା ୨୮ ଜାନୁଆରୀ ଓଡ଼ିଶା ବନ୍ଦ। ଆସନ୍ତା କାଲି ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ ସଂଗଠନ ରାସ୍ତାକୁ ଓହ୍ଲାଇବ।
Ad..
ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିଛି। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ।
Ad..
ସୂଚନାଯୋଗ୍ୟ, ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ବିଜୁଳି ଟାରିଫକୁ ନେଇ ରାଜ୍ୟରେ ସରକାର, ଓଇଆରସି ଓ ଟାଟା ପାୱାରର ମନମାନି ତଥା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଅଛି।
Ad..
ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଭକ୍ତ ଦାସ କହିଛନ୍ତି।
ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉକ୍ତ ବନ୍ଦ ପାଳନକୁ ସମର୍ଥନ ଜଣାଇବା ପାଇଁ ପିସିସି ପକ୍ଷରୁ ନିର୍ଦେଶ ଦିଆ ଯାଇଥିବା ପିସିସି ଗଣମାଧ୍ୟମ ବିଭାଗ ତରଫରୁ ପ୍ରକାଶ କରାଯାଇଛି।
Edited by k.s thakur...
Tags:
Bhubaneswar
congress
farmers association
latest news
latest update
odisha closed
odisha daily current affairs
odisha news




