ଲଷ୍ମୀ ବିକାଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ...
କଣ୍ଟାବାଞ୍ଜି,୨୮/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଲଷ୍ମୀ ବିକାଶ ଟେକ୍ନୋ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ରାୟଙ୍କ ଅଧ୍ୟକ୍ଷତାରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
Ad..
ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ସଲହାଣ୍ଡି ପୂର୍ବତନ ସେନିକ ଲଳିତ ମୀରଧା ଏବଂ ସମ୍ମାନିତ ଅତିଥିଭାବେ ଭବାନୀପାଟଣାର ଡିଗ୍ରୀ କୋଲେଜ ପ୍ରଧାନ ଶିକ୍ଷକ ଡ଼ା ଆଦିତ୍ୟ ପଟନାୟକ ଯୋଗଦେଇ ସମବେତ ଜାତୀୟ ସଂଗୀତ ଜ୍ଞାନ ସହ ଜାତୀୟ ପତକା ଉତ୍ତୋଳନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
Ad..
ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ଦେଶାତ୍ମକ ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ, ପ୍ରଶଂସା ପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Ad..
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟା, ଛାତ୍ରଛାତ୍ରୀ, ଶିକ୍ଷାକର୍ମୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Edited by k.s thakur...
Tags:
77th republic day
kantabanji
latest news
latest update
Laxmi vikash techno school
odisha daily current affairs
odisha news




