ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ...

ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ...


ଭୁବନେଶ୍ଵର,୧୩/୦୧(ନି.ପ୍ର): ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ସିଏମ୍ ମାଝୀ ସଡ଼କ ସୁରକ୍ଷା ସମ୍ମାନର ଶୁଭାରମ୍ଭ କରିଛନ୍ତି। 

        Ad..


ଏଥିସହ ୧୦ ଜିଲ୍ଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଅବସରରେ ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ E – ଏଡୁକେସନ୍‌ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି । 

Ad..


ଦ୍ବିତୀୟ E- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍‌ ନିୟମ ଲାଗୁ କରିବା । ତୃତୀୟ E-ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ E- ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା ।ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମୁଁ ଏଥିରେ ଆଉ ଦୁଇଟି ‘E’ ଯୋଡ଼ିବାକୁ ଚାହୁଁଛି । ଏହି ଦୁଇ ‘E’ ହେଉଛି ଏନ୍‌ଭାଇରନ୍‌ମେଣ୍ଟ ଓ ଏନ୍‌ଗେଜ୍‌ମେଣ୍ଟ । 

Ad..


ଏସବୁକୁ ଆପଣାଇଲେ ୯୫% ଦୁର୍ଘଟଣାକୁ ରୋକାଯାଇପାରିବ ।ଆଇନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ୬ ହଜାର ୭୦୧ କୋଟିର ୭୧ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। 

ଏକାଥରକେ ଏତେ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବା ପ୍ରଥମ ଘଟଣା ହୋଇଛି।ଲୋକାର୍ପଣ କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ କହିଥିଲେ, ଆଜି ୫ ହଜାର ୬୩୧ କୋଟିର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। 

୧ ହଜାର ୬୯ କୋଟିର ୩୨ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ଲୋକସେବା ଭବନ ଓ ବିଧାନସଭା ଗୋଟିଏ କ୍ୟାମ୍ପସରେ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ସ୍ବତନ୍ତ୍ର ଏଲିଭେଟେଡ଼ କରିଡ଼ରରେ ଜୟଦେବବିହାର-ନନ୍ଦନକାନନ ରାସ୍ତା ୮ ଲେନ୍‌ ବିଶିଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି।



Edited by k.s thakur...

Post a Comment

Previous Post Next Post