ସ୍ଥାନୀୟ ନେତାଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ...

ସ୍ଥାନୀୟ ନେତାଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ...


ଟିଟିଲାଗଡ଼/ସଇଁତଳା,୧୩/୦୧(ନି.ପ୍ର): କାହିଁକି ନାହିଁ ଆମ ନେତାଙ୍କ ନାମ? କିଛି ଏମିତି କହି ଉଦଘାଟନ ହେଉ ହେଉ ଫଳକ ଭାଙ୍ଗିଲେ ସମର୍ଥକ। ବାସ୍ତବରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି। 

      Ad..


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଥିଲେ।ଫଳକରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚଙ୍କ ନାମ ନ ଥିବାରୁ ଫଳକକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। 

        Ad..


କିଛି ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଫଳକ ଭାଙ୍ଗି ଦେଇଥିଲେ।ଯାହାକୁ ନେଇ ବସଷ୍ଟାଣ୍ଡରେ ଉତ୍ତେଜନା ଲାଗି ରହିଥିଲା। କାହିଁକି ସ୍ଥାନୀୟ ବ୍ଲକ ଅଧକ୍ଷ ଓ ସରପଞ୍ଚଙ୍କ ନାମ ଦିଆଗଲା ନାହିଁ ଓ ଅନ୍ୟ ବ୍ୟକ୍ତିଙ୍କ ନାମ କାହିଁକି ରହିଲା ବୋଲି ସମର୍ଥକମାନେ କହିଥିଲେ।

Ad..


ସେଥିପାଇଁ ସମର୍ଥକମାନେ ବସଷ୍ଟାଣ୍ଡର ଉଦଘାଟନ ହେବା ମାତ୍ରେ ସାଙ୍ଗେ ସାଙ୍ଗେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।



Edited by k.s thakur...

Post a Comment

Previous Post Next Post