ଅସହାୟ ବୃଦ୍ଧା ମହିଳାଙ୍କ ସହାୟ ହେଲେ କଣ୍ଟାବାଞ୍ଜି ନାଗରିକ କମିଟି...
କଣ୍ଟାବାଞ୍ଜି,୧୩/୦୧(ନି.ପ୍ର): ତୁରେକେଲା ବ୍ଲକ ଧାମନଡଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜାମୁଟଝୁଲା ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କ ସହାୟ ହେଲେ କଣ୍ଟାବାଞ୍ଜି ନାଗରିକ କମିଟି। ସୂଚନା ଅନୁସାରେ ଜାମୁଟଝୁଲା ଗ୍ରାମର ବାସମତି ଭୋଇ ନାମକ ଜଣେ ବୃଦ୍ଧା ମହିଳା ନଳକୂଅରେ ଗାଧଉଥିଲା ସମୟରେ ଗୋଡ ଖସି ତଳେ ପଡ଼ି ଯିବାରୁ ତାଙ୍କ ଅଣ୍ଟାର ହାଡ଼ ଖସି ଯାଇଥିଲା।
Ad..
ଗାଁ ର କିଛି ଲୋକ ତାଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ଦେଖିବା ପରେ ସର୍ଜରୀ କରିବା କୁ ପଡ଼ିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ରେଫର୍ କରିଥିଲେ।
Ad..
ବୃଦ୍ଧା ମହିଳା ଜଣଙ୍କର କେହି ନିଜର ନ ଥିବା ଯୋଗୁଁ ୧୫ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ କାହା ଠାରୁ ମଧ୍ୟ ମିଳି ନ ଥିଲା। କିଛି ଦିନ ତଳେ ଖବର ପାଇ କଣ୍ଟାବାଞ୍ଜି ନାଗରିକ କମିଟି ସଦସ୍ୟ ମାନେ ବୃଦ୍ଧା ମହିଳାଙ୍କୁ ଦେଖିବା ପାଇଁ ଯାଇଥିଲେ।
Ad..
କମିଟି ପକ୍ଷରୁ ବୃଦ୍ଧା ମହିଳାଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପାଇଁ ନିର୍ଣ୍ଣୟ ନିଆଯାଇଥିଲା। ଆଜି ସୋମବାର ଦିନ କଣ୍ଟାବାଞ୍ଜି ନାଗରିକ କମିଟି କିଛି ସଦସ୍ୟ ଜାମୁଟଝୁଲା ଗ୍ରାମ କୁ ଯାଇ ଆମ୍ବୁଲାନ୍ସ ରେ ବୃଦ୍ଧା ଜଣଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ବଲାଙ୍ଗିର ନେଇ କି ଯାଇଥିଲେ।
ସେଠି ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ଓ ସେଠି ତାଙ୍କ ଚିକିତ୍ସା କରାଯିବ। ଏହି ମହତ୍ କାର୍ଯ୍ୟରେ କଣ୍ଟାବାଞ୍ଜି ନାଗରିକ କମିଟି ସଭାପତି ଅରୁଣ କୁମ୍ଭାର,ଉପ ସଭାପତି ରାଜୁ ଛତ୍ରିଆ,ପରାମର୍ଶ ଦାତା ଲୋକେଶ ଭୋଇ,ଦୁଃଖନାଶନ ମଲ୍ଲିକ,ପୃଥି ନାଗ,ଅକ୍ଷୟ ଭୋଇ ସହଯୋଗ କରିଥିଲେ।
Edited by k.s thakur...
Tags:
help
kantabanji
kantabanji nagrik committee
latest news
latest update
odisha daily current affairs
odisha news
old woman




