କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଗିରଫ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଗିରଫ...


ଭବାନୀପାଟଣା/କେସିଙ୍ଗା,୧୨/୦୧(ନି.ପ୍ର): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ୫ ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପ୍ରାୟ ୧୦ କେଜି ଗଞ୍ଜେଇ ଜବତ କରିଛି।

        Ad..


ଅଭିଯୁକ୍ତମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି ।ଅଭିଯୁକ୍ତମାନେ ହେଲେ ରାହୁଲ ସୁରେଶ ରାଉତ(୨୭), ଅଙ୍କେଶ ରାମସିଂ ପାଲ(୨୩), ବିକାଶ ଦିଲୀପ ନନ୍ଦଗୌରୀ(୧୯), ଦୀପସିଂ ଟାକ(୨୧), ଗୁରପ୍ରିତ୍ ସିଂ ଟାକ (୩୧)। 

        Ad..


ଅଭିଯୁକ୍ତମାନେ ରାୟପୁର ହୋଇ ନାଗପୁର ଯିବା ପାଇ କେସିଙ୍ଗା ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ରହିଥିବା ସମୟରେ ପୋଲିସ ହାବୁଡରେ ପଡିଯାଇଥିଲେ।ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଓ କିପରି ଆସିଲା ତାହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ କହିଛନ୍ତି । 

Ad..


ଆଇଆଇସି ଜୀତେନ୍ଦ୍ର ବିଶ୍ଵାଳଙ୍କ ସମେତ ଏସ ଆଇ ଅରକ୍ଷିତ ମାଝୀ, ଏସ ଆଇ ରେଣୁକା ଖେସ ଏବଂ ଏ ଏସ ଆଇ ନୀତିନ ଚତୁର୍ବେଦିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବ ରେ ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଉପସ୍ଥିତରେ ଗଞ୍ଜେଇ ଜବତ କରାଯାଇଛି ।



Edited by k.s thakur...

Post a Comment

Previous Post Next Post